ଓଡିଶା

odisha

ETV Bharat / state

ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ ନିକଟରେ ପାଣି ପାଇଁ ହନ୍ତସନ୍ତ ବସ୍ତିବାସିନ୍ଦା - boudh

ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ ସ୍ଥାନରେ ହିଁ ପାଣି ସମସ୍ୟା । ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ କିଛି ନଜାଣିବା ଭଳି ଅଭିନୟ କରୁଛନ୍ତି ସଂପୃକ୍ତ ଅଧିକାରୀ । ଏବେ ରମଜାନ ମାସ ଚାଲିଥିବାରୁ ସ୍ଥାନୀୟ ବସ୍ତିର ମୁସଲିମ ସଂପ୍ରଦାୟର ଲୋକେ ଭୋଗୁଛନ୍ତି ଆହୁରି କଷ୍ଟ ।

ଫଟୋ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

By

Published : May 30, 2019, 2:26 PM IST

ବୌଦ୍ଧ: ପାଣି ପାଇଁ ହନ୍ତସନ୍ତ ବୌଦ୍ଧ ପୌର ପରିଷଦର ପାଞ୍ଚ ନମ୍ବର ଓ୍ବାର୍ଡବାସୀ । ସ୍ଥାନୀୟ ମହିଳା ମାନେ ମଧ୍ୟ ପାନୀୟ ଜଳ ଅଭାବକୁ ନେଇ ସମ୍ପୃକ୍ତ ଅଫିସକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।ଏପଟେ ରମଜାନ ମାସ ଚାଲିଥିବାରୁ ବସ୍ତିରେ ବାସ କରୁଥିବା ମୁସଲିମ ସମ୍ପ୍ରଦାୟ ମଧ୍ୟ ପାଣିକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

ବୌଦ୍ଧ ପୌରପରିଷଦର ପାଞ୍ଚ ନମ୍ବର ଓ୍ବାର୍ଡରେ ରହିଛି ସହରାଞ୍ଚଳ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ । ଏହି ଓ୍ବାର୍ଡ ଅଧିନରେ ଆସିଥାଏ ଖଦାଳସାହି ଓ ମୁସଲିମ ପଡାର ଏକ ଅଂଶ ରହିଛି । ବର୍ତ୍ତମାନ ପାନୀୟ ଜଳଯୋଗାଣର ଘୋର ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି । କେଉଁଠି ଅଳ୍ପ କିଛି ପାଣି ଆସୁଥିବା ବେଳେ କେଉଁଠି ପାଣି ଆସୁନାହିଁ ।

ଏପଟେ ପବିତ୍ର ରମଜାନ ମାସ ଚାଲିଥିବାରୁ ମସଜିଦ ସମ୍ମୁଖରେ ଥିବା ପାଇପରେ ଠିକ ଭାବେ ପାଣି ଆସୁନଥିବାରୁ ମୁସଲିମ ସମ୍ପ୍ରଦାୟର ଲୋକମାନେ ପ୍ରାର୍ଥନା ପାଇଁ ଅନ୍ୟତ୍ର ଥିବା ନଳକୂପର ସାହାରା ନେଉଛନ୍ତି । ଅତିଶୀଘ୍ର ଏଠାରେ ପାନୀୟ ଜଳଯୋଗାଣ ସ୍ବାଭାବିକ କରିବାକୁ ଦାବି ହୋଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details