ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଖରାର ପ୍ରକୋପ ବୃଦ୍ଧି ସାଙ୍ଗକୁ ପାନୀୟ ଜଳର ସଙ୍କଟ ଜିଲ୍ଲାବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ଏପଟେ ପାରଦ ୪୫ ଡିଗ୍ରୀ ତଳକୁ ଖସିବାର ନା ନେଉନି । ସହରଠୁ ନେଇ ଗାଁ ପର୍ଯ୍ୟନ୍ତ ସବୁଠାରେ ଜନଜୀବନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ପୌରାଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେଉଁ 6ଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଉଥିଲା, ଏବେ ଥଣ୍ଡା ପାଣି ବଦଳରେ ଗରମ ପାଣି ଦିଆଯାଉଛି । ଏଥିସହ ଉକ୍ତ ପାଣିକୁ ବିନା ବିଶୋଧନରେ ସିଧାସଳଖ ସପ୍ଲାଏ ପାଣିକୁ ଏଥିରେ ଛଡାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ଜିଲ୍ଲାର ଏକ ମାତ୍ର ପୌରାଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି 6ଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏବେ ଚିତ୍ର ପୁରା ଓଲଟା । କେଉଁଠି ପ୍ରକଳ୍ପ ଭାଙ୍ଗିଗଲାଣି ତ ଆଉ କେଉଁଠି ମୋଟେ ପାଣି ଆସୁନାହିଁ ।