ଓଡିଶା

odisha

ETV Bharat / state

ବାମଣ୍ଡାରେ ଜଳସଂକଟ, ହନ୍ତସନ୍ତ ଜନସାଧାରଣ - ବାମଣ୍ଡା

ଜଳ ସମସ୍ୟାକୁ ଏଡାଇବାକୁ ଦୀର୍ଘ ବର୍ଷ ତଳେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ନିର୍ମାଣ ଦିନ ଠାରୁ ଏଠାରୁ ଜଳ ଯୋଗାଣ ଠିକ ଭାବରେ କାର୍ଯ୍ୟକାରୀ ହୋଇନଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

By

Published : May 26, 2019, 2:24 PM IST

ବୌଦ୍ଧ: ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତ ମହକୁମାରେ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି ।

ଜଳ ସମସ୍ୟାକୁ ଏଡାଇବାକୁ ଦୀର୍ଘ ବର୍ଷ ତଳେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ନିର୍ମାଣ ଦିନ ଠାରୁ ଏଠାରୁ ଜଳ ଯୋଗାଣ ଠିକ ଭାବରେ କାର୍ଯ୍ୟକାରୀ ହୋଇନଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି । ପାଣି ସମସ୍ୟା ଯୋଗୁଁ ଲୋକେ ହଇରାଣ ହେଉଥିବା ବେଳେ ଏଣୁ ଏଣୁ ପାଣି ଆଣି ଚଳୁଥିବା ବାମଣ୍ଡା ବାସୀ ସାବିତ୍ରୀ କହଁର କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଓଭରହେଡ ଟାଙ୍କି ଥିବା ସହ ଲୁହା ପାଇପ ମଧ୍ୟ ବିଛାଯାଇଛି । କିନ୍ତୁ ପାଣି ସପ୍ଲାଇ କୁଆଡେ ମାସରେ ଥରେ ହୋଇଥାଏ । ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଭିଯୋଗ କଲେ କଠୋର କଥା ଶୁଣିବାକୁ ପଡେ ବୋଲି ହିମାଦ୍ରୀ କହଁର ଅଭିଯୋଗ କରିଛନ୍ତି । ପାଣି ସମସ୍ୟା ଦୂର ସହ ପାଣି ଟାଙ୍କିକୁ ତୁରନ୍ତ କାର୍ଯ୍ୟକ୍ଷମ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ବାମଣ୍ଡା ବାସୀ ପୁରନ୍ଦର କହଁର ଦାବି କରିଛନ୍ତି ।


ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details