ଓଡିଶା

odisha

ETV Bharat / state

ଲକଡାଉନ ନିୟମକୁ ବ୍ୟାଙ୍କରେ ଖୋଲାଖୋଲି ଉଲ୍ଲଂଘନ - ଲକଡାଉନ ଉଲଲ୍ଲଂଘନ

କୋରୋନା ପାଇଁ ଲକଡାଉନ କଡାକଡି ସତ୍ତ୍ବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ସରକାରଙ୍କ ନିଯମକୁ ଖୋଲାଖୋଲି ଉଲ୍ଲଂଘନ । ଅଧିକ ପଢନ୍ତୁ...

ଲକଡାଉନ ନିୟମକୁ ବ୍ୟାଙ୍କ ଗୁଡିକରେ ଖୋଲାଖୋଲି ଉଲଲ୍ଲଂଘନ
ଲକଡାଉନ ନିୟମକୁ ବ୍ୟାଙ୍କ ଗୁଡିକରେ ଖୋଲାଖୋଲି ଉଲଲ୍ଲଂଘନ

By

Published : Apr 15, 2020, 6:47 PM IST

ବୌଦ୍ଧ: ରାଜ୍ୟରେ ଲକଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ । କୋରୋନା ପାଇଁ ଲକଡାଉନ ଲାଗୁ ହୋଇଥିବା ସତ୍ତ୍ବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସେପଟେ 50ରୁ ଉର୍ଦ୍ଧ୍ବ ନିୟମ ଖିଲାପକାରୀ ବାଇକ ଚାଳକ ଥାନାରେ ତଣ୍ଡ ଗଣିଛନ୍ତି ।

ଲକଡାଉନ ନିୟମକୁ ବ୍ୟାଙ୍କ ଗୁଡିକରେ ଖୋଲାଖୋଲି ଉଲଲ୍ଲଂଘନ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି । ବିଭିନ୍ନ ବ୍ୟାଙ୍କରେ ହିତାଧିକାରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏପରିକି କିଛି ସ୍ଥାନରେ ପୋଲିସକୁ ପହଞ୍ଚି ଲୋକଙ୍କ ଭିଡ ନିୟନ୍ତ୍ରଣ କରିବାକୁ ପଡିଥିଲା ।

ଅନ୍ୟପକ୍ଷେ ଏକ ଘଡିସନ୍ଧି ସମୟରେ ବିଭିନ୍ନ ସମାଜସେବୀ କୋରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି । ବୁଟୁପାଲିର ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ବିଭିନ୍ନ ବଜାରରେ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି । ସେହିପରି ବାଦିକଟାର ଓ୍ବାର୍ଡମେମ୍ବର ନିଜର ବାର୍ଷିକ ଅର୍ଥକୁ ଦାନ କରିଦେଇଛନ୍ତି । ବରିଷ୍ଠ ନେତା କହ୍ନାଇ ଚରଣ ଡାଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ 30ହଜାର ଟଙ୍କା ଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details