ଓଡିଶା

odisha

ETV Bharat / state

ଫ୍ଲୋରାଇଡ ଯୁକ୍ତ ପାଣି ନେଇ ଗ୍ରାମବାସୀଙ୍କ ପ୍ରତିବାଦ, ଲୋକେ ହନ୍ତସନ୍ତ

ଦୀର୍ଘ ଦୁଇବର୍ଷ ଧରି ଏହି ବିଷାକ୍ତ ପାଣିକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯାଇଛି । ତେବେ ଦୀର୍ଘଦିନ ଧରି ଗୁହାରି ପରେ କୌଣସି ସୁଫଳ ନମିଳିବାରୁ ଆଜି(ଗୁରୁବାର) ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି ।

By

Published : Feb 4, 2021, 8:29 PM IST

ଫ୍ଲୋରାଇଡ ଯୁକ୍ତ ପାଣି ନେଇ ଗ୍ରାମବାସୀଙ୍କ ପ୍ରତିବାଦ
ଫ୍ଲୋରାଇଡ ଯୁକ୍ତ ପାଣି ନେଇ ଗ୍ରାମବାସୀଙ୍କ ପ୍ରତିବାଦ

ବୌଦ୍ଧ: ନଳକୂପରୁ ବାହାରୁଛି ଫ୍ଲୋରାଇଡଯୁକ୍ତ ପାଣି । ଦୀର୍ଘ ଦୁଇବର୍ଷ ଧରି ଏହି ବିଷାକ୍ତ ପାଣିକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯାଇଛି । ତେବେ ଦୀର୍ଘଦିନ ଧରି ଗୁହାରି ପରେ କୌଣସି ସୁଫଳ ନମିଳିବାରୁ ଆଜି(ଗୁରୁବାର) ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି ।

ଫ୍ଲୋରାଇଡ ଯୁକ୍ତ ପାଣି ନେଇ ଗ୍ରାମବାସୀଙ୍କ ପ୍ରତିବାଦ

ପ୍ରତ୍ୟେକ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏବେବି ଏଭଳି ଅନେକ ଗ୍ରାମ ରହିଛି, ଯେଉଁଠି ଆଜି ମଧ୍ୟ ଲୋକେ ଦୂଷିତ ନଚେତ ଝରଣାରୁ ଚୂଆ ଖୋଳି ପାଣି ବ୍ୟବହାର କରୁଛନ୍ତି । ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତର ଝାଙ୍କରପଡା ଗ୍ରାମରେ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି ।

ଫ୍ଲୋରାଇଡ ଯୁକ୍ତ ପାଣି ନେଇ ଗ୍ରାମବାସୀଙ୍କ ପ୍ରତିବାଦ

ଗ୍ରାମରେ ଥିବା ତିନୋଟି ନଳକୂପ ମଧ୍ୟରୁ ଗୋଟିଏ ଦୀର୍ଘଦିନ ହେଲା ଅଚଳ ଥିବାବେଳେ ଅନ୍ୟ ଦୁଇଟିରୁ ପ୍ରାୟ ଦୁଇବର୍ଷ ହେଲା ଫ୍ଲୋରାଇଡ ଯୁକ୍ତ ପାଣି ବାହାରିଥିଲା । ଯାହାକୁ ନେଇ ପରୀକ୍ଷା ପରେ ତାହା ବ୍ୟବହାର ଅନୁପଯୋଗୀ ବୋଲି ଘୋଷଣା କରାଯାଇଥିଲା ।

ତେବେ ପାନୀୟ ଜଳ ସମସ୍ୟା ନେଇ ଗତ ବର୍ଷରୁ ଊର୍ଦ୍ଧ୍ବ ସମୟ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ଗୁହାରି ପରେ ତୁରନ୍ତ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିଲା । ହେଲେ ପ୍ରତିଶ୍ରୁତି ପୂରଣ ନହେବାରୁ ଆଜି ମଧ୍ୟ ଗାଁର ମହିଳା ଓ ପୁରୁଷ ଦୀର୍ଘ ରାସ୍ତା ଅତିକ୍ରମ କରି ପାହାଡି ଝରଣାର ଶୁଖିଲା ଶଯ୍ୟାରୁ ଚୂଆଖୋଳି ପିଇବା ପାଣି ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି ।

ଆଜି ଏନେଇ ଅସନ୍ତୋଷ ଗ୍ରାମବାସୀ ଉଭୟ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ବସି ରହିଥିଲେ । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଶାସନକୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ପାନୀୟଜଳ ସମସ୍ୟା ଓ ସମାଧାନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details