ଓଡିଶା

odisha

ETV Bharat / state

ବୌଦ୍ଧରେ ବନ୍ୟା ପରିସ୍ଥିତି, ଘିଙ୍ଗରାପଡାରେ ସୃଷ୍ଟି ଘାଇର ହେବ ସ୍ଥାୟୀ ପ୍ରତିକାର

ମହାନହୀରେ ବନ୍ୟା ଆସିବାରୁ ବୌଦ୍ଧ ଜିଲ୍ଲାରେ ଚାଷ ଜମି ଓ ରାସ୍ତା ଘାଟ କ୍ଷତି ଗ୍ରସ୍ତ ହୋଇଛି । ଏବେ ବନ୍ୟା କମିଥିବା ବେଳେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଅଧିକ ପଢନ୍ତୁ

ବୌଦ୍ଧରେ ବନ୍ୟା ପରିସ୍ଥିତି, ଘିଙ୍ଗରାପଡାରେ ସୃଷ୍ଟି ଘାଇର ହେବ ସ୍ଥାୟୀ ପ୍ରତିକାର
ବୌଦ୍ଧରେ ବନ୍ୟା ପରିସ୍ଥିତି, ଘିଙ୍ଗରାପଡାରେ ସୃଷ୍ଟି ଘାଇର ହେବ ସ୍ଥାୟୀ ପ୍ରତିକାର

By

Published : Aug 22, 2022, 1:14 PM IST

ବୌଦ୍ଧ:ବନ୍ୟା କମିଛି, ଦୁର୍ଦ୍ଦଶା ବଢିଛି । ମହାନଦୀରେ ବନ୍ୟାପାଣି କମିବା ପରେ ଲୋକଙ୍କ ଦୁଃଖ ଏବେ ଦ୍ବିଗୁଣିତ ହୋଇଛି । ବିଶେଷ କରି ତଳିଆ ଅଞ୍ଚଳ ଓ ନଦୀକୂଳିଆ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ମହାନଦୀରେ ବନ୍ୟା ଆସି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଓ ବୌଦ୍ଧ ବ୍ଲକର ହଜାର ହଜାର ଏକର ଚାଷଜମି ବାଲିଚର ହେବା ସହ ଓ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହାଛଡା ଅନେକ ସ୍ଥାନରେ ରାସ୍ତା ଧୋଇହୋଇ ଯିବା ସହିତ ମହାନଦୀ କୂଳର କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।

ବୌଦ୍ଧରେ ବନ୍ୟା ପରିସ୍ଥିତି, ଘିଙ୍ଗରାପଡାରେ ସୃଷ୍ଟି ଘାଇର ହେବ ସ୍ଥାୟୀ ପ୍ରତିକାର

ଏହା ମଧ୍ୟ ପଢନ୍ତୁ-ବନ୍ୟା ଘେରରେ କାଲେଶ୍ବର ଗାଁ, ରାସ୍ତାରେ ଚାଲୁଛି ଡଙ୍ଗା

ବାଉଁଶୁଣୀ ପଞ୍ଚାୟତ ସଦର ଘିଙ୍ଗରାପଡା ଠାରେ ସୃଷ୍ଟି ହୋଇଥିବା ତିରିଶ ଫୁଟର ଘାଇ ଯୋଗୁଁ ବର୍ତ୍ତମାନ ଘିଙ୍ଗରାପଡା ବସ୍ତିବାସୀ ଙ୍କ ସହିତ ମହାଦେବ ମନ୍ଦିର ପାଇଁ ବିପଦ ସୃଷ୍ଟି ହୋଇଛି । ଉକ୍ତ ସ୍ଥାନରେ ଏକ ବଡ ଧରଣର ପଥର କାନ୍ଥ ନିର୍ମାଣର ଆବଶ୍ୟକତା ରହିଛି । ବୌଦ୍ଧ ଜିଲ୍ଲାରେ ବନ୍ୟାପାଣି ପ୍ରବେଶ ପରେ ବନ୍ୟା ବିପନ୍ନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details