ଓଡିଶା

odisha

ସମସ୍ୟା ଘେରରେ ଗାଁ: ଗୁହାରି ଶୁଣୁନି ପ୍ରଶାସନ, ଆନ୍ଦୋଳନ ପାଇଁ ସଜବାଜ ଗ୍ରାମବାସୀ

By ETV Bharat Odisha Team

Published : Oct 3, 2023, 8:05 PM IST

ସତ୍ତା ହରାଇବାକୁ ବସିଛି ବୌଦ୍ଧର ସଦର ବ୍ଲକର ଦୁଇଟି ଗ୍ରାମ । ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଗାଁରେ ନାହିଁ ମୌଳିକ ସୁବିଧା
ଗାଁରେ ନାହିଁ ମୌଳିକ ସୁବିଧା

ଗାଁରେ ନାହିଁ ମୌଳିକ ସୁବିଧା

ବୌଦ୍ଧ: ଜିଲ୍ଲାର ମାନଚିତ୍ରରୁ ଧୀରେଧୀରେ ସତ୍ତା ହରାଇବାକୁ ବସିଛି ବୌଦ୍ଧର ଦୁଇ ଦୁଇଟି ପ୍ରାଚୀନ ସହର । ପ୍ରାଶାସନିକ ବୈମାତୃକ ମନୋଭାବ ଯୋଗୁଁ ଦୁଇ ଦୁଇଟି ବୃହତ ଗ୍ରାମ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଧୀରେଧୀରେ ଉକ୍ତ ଦୁଇ ପ୍ରାଚୀନ ଗ୍ରାମ ନିଜର ସତ୍ତା ହରାଇବାକୁ ବସିଥିବା ବେଳେ କୂଳ ଲଙ୍ଘୁଥିବା ମହାନଦୀ ଏହି ଅଞ୍ଚଳ ପାଇଁ ଅଭିଶାପ ପାଲଟିଛି । ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ଅଧିବାସୀଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମସ୍ୟାର ତୁରନ୍ତ ସମାଧାନ ନହେଲେ ଅନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବୌଦ୍ଧର ସଦର ବ୍ଲକ ବହିରା ପଞ୍ଚାୟତ ନିକଟରେ ଉତ୍ତର ଦିଗରେ ମହାନଦୀ କୂଳରେ ଅବସ୍ଥିତ ତେନ୍ତୁଳିପାଲି ଗ୍ରାମ ଓ ବହିରା ଗ୍ରାମ । ତେବେ ଦୁଇ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଉକ୍ତ ଦୁଇ ପ୍ରାଚୀନ ଗ୍ରାମ ବୌଦ୍ଧ ଜିଲ୍ଲାର ରାଜସ୍ବ ଗ୍ରାମ ଭାବରେ ସ୍ଥାନ ପାଇନାହିଁ । ଏହାଛଡା ଉକ୍ତ ଦୁଇ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ହୋଇ ପାରୁନାହିଁ । ଫଳରେ ବର୍ଷ ବର୍ଷ ଧରି ଅସ୍ଥାୟୀ ରାସ୍ତା ଉପରେ ଅଞ୍ଚଳର ଅଧିବାସୀ ନିର୍ଭରଶୀଳ । ମହାନଦୀ କୂଳରେ ଅବସ୍ଥିତ ତେନ୍ତୁଳିପାଲି ଗ୍ରାମ ପ୍ରଶାସନିକ ଉଦାସୀନତା ଯୋଗୁଁ ଏଠାରେ ବିକାଶର ଧାରା ଠିକରେ ପହଞ୍ଚି ପାରୁନାହିଁ ।

ବୁଦ୍ଧିଜୀବୀ ସୁଶାନ୍ତ କୁମାର ବାଘ କହିଛନ୍ତି, "ଗାଁକୁ ରାସ୍ତା ନଥିବା ବେଳେ ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ଘୋର ଅସୁବିଧା ପରିଲଖିତ ହେଉଛି । ପ୍ରଶାସନର ଅବହେଳା କାରଣରୁ କୂଳ ଲଙ୍ଘୁଛି ମହାନଦୀ । ବାରମ୍ବାର ପ୍ରଶାସନକୁ ଆବଗତ କରାଗଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ମହାନଦୀ କୂଳର ତଟ ସୁରକ୍ଷା ହୋଇପାରୁ ନଥିବା ବେଳେ ଅନ୍ୟ ପଟରେ ବର୍ତ୍ତମାନ ଡମ୍ବରୁଗଡ଼ଠାରେ ମହାନଦୀରେ ବ୍ୟାରେଜ ନିର୍ମାଣ ହେବା ଏହି ଅଞ୍ଚଳ ବୁଡ଼ିଯିବାର ସମ୍ଭାବନା ରହିଛି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉଭୟ ତେନ୍ତୁଳିପାଲି ଓ ପୁରୁଣା ବହିରା ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି କରି ଆସୁଥିବାବେଳେ ଏହାର ସମାଧାନ ନେଇ କୌଣସି ପଦକ୍ଷପ ଗ୍ରହଣ କରୁନି ପ୍ରଶାସନ ।"

ଏହା ମଧ୍ୟ ପଢନ୍ତୁ....ମନମୁଣ୍ଡାରେ ମାଳ ମାଳ ସମସ୍ୟା, ଜିଲ୍ଲାପାଳଙ୍କୁ ଭେଟିଲା ନାଗରିକ ମଞ୍ଚ

ତେବେ ଯଦି ଜିଲ୍ଲ ପ୍ରଶାସନ ସେମାନଙ୍କ ଅଭିଯୋଗ ନଶୁଣନ୍ତି ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ତେଣୁ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details