ବୌଦ୍ଧ: କୋରୋନା ମହାମାରୀ ସମୟରେ ବିଭିନ୍ନ ପ୍ରାଣୀଧନ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀ ଅଭାବରୁ ପଶୁପକ୍ଷୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି ।ସେପଟେ ଆସନ୍ତାକାଲି(ଶନିବାର) ଠାରୁ ପ୍ରାଣୀଧନ ଚିକିତ୍ସକମାନେ ବିଭିନ୍ନ ଦାବି ନେଇ ସମୂହ ଛୁଟିରେ ଯିବେ ବୋଲି ଜଣାପଡିଛି ।
ବୌଦ୍ଧ ପ୍ରାଣୀ ଚିକିତ୍ସାଳୟରେ ତାଲା - ପ୍ରାଣୀ ଚିକିତ୍ସାଳୟରେ ତାଲା ବୌଦ୍ଧ
ବୌଦ୍ଧରେ ବିଭିନ୍ନ ଦାବି ନେଇ ଶନିବାରରୁ କାର୍ଯ୍ୟବନ୍ଦ କରିବେ ପ୍ରାଣୀ ଚିକିତ୍ସକ । ଅଧିକ ପଢନ୍ତୁ...
ବୌଦ୍ଧ ଜିଲ୍ଲାର ଶଗଡା, ତେଲିବନ୍ଧ, ବୀରନରସିଂହପୁର ଭଳି ସ୍ଥାନରେ ପ୍ରାଣୀଧନ ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଉଦଘାଟନ ଦିନ ଠାରୁ ସେଗୁଡିକରେ ତାଲା ଝୁଲୁଛି । ଉକ୍ତ ସ୍ଥାନରେ କର୍ମଚାରୀ ନିଯୁକ୍ତି ହୋଇନଥିବାରୁ ସେଗୁଡିକ ଅସାମାଜିକ ବ୍ୟକ୍ତି ଓ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି ।ସେପଟେ ଆସନ୍ତାକାଲି ଠାରୁ ପ୍ରାଣୀଧନ ଚିକିତ୍ସକମାନେ ସେମାନଙ୍କ ବିଭିନ୍ନ ଦାବି ନେଇ ସମୂହ ଛୁଟିରେ ରହିବେ ବୋଲି । ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କ ଦାବି ପୂରଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ