ଓଡିଶା

odisha

ETV Bharat / state

ବୌଦ୍ଧ ବଜାରରେ ଆକାଶ ଛୁଆଁ ପନିପରିବା ଦର, ଚିନ୍ତାରେ ଖାଉଟି

ପନିପରିବା ଦର ବୃଦ୍ଧି ଯୋଗୁଁ ଏହାର ସିଧାସଳଖ ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି। ବଜାରରେ ପନିପରିବା କିଣାବିକା ପାଇଁ ଉଭୟ ଗ୍ରାହକ ଓ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପନିପରିବା ଦରରେ ଅହେତୁକ ବୃଦ୍ଧି
ପନିପରିବା ଦରରେ ଅହେତୁକ ବୃଦ୍ଧି

By

Published : Jul 1, 2023, 9:16 PM IST

ପନିପରିବା ଦରରେ ଅହେତୁକ ବୃଦ୍ଧି

ବୌଦ୍ଧ:ପନିପରିବା ଦର ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ପନିପରିବା ଉତ୍ପାଦନ କମ୍ ଥିବା ସମୟରେ ବାହାରୁ ଆସୁଥିବା ପରିବାର ଦର ଆକାଶ ଛୁଆଁ ହୋଇଛି ।ଯାହାର ସିଧାସଳଖ ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି । ଉଭୟ ଗ୍ରାହକ ଓ ବ୍ୟବସାୟୀ ଏନେଇ ଚିନ୍ତା ପ୍ରକାଶ କରିଥିବାବେଳେ ଆଗକୁ ଆହୁରି ଦର ବୃଦ୍ଧି ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।

ତେବେ ଉତ୍ପାଦନର ପ୍ରମୁଖ ସ୍ଥାନ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁ ପନିପରିବା ଗତ ଦୁଇ ମାସ ତଳେ ପ୍ରବଳ ଖରା ସତ୍ତ୍ୱେ 10ରୁ 20ଟଙ୍କା ମଧ୍ୟରେ ସୀମିତ ଥିବାବେଳେ ବର୍ତ୍ତମାନ ଅଧିକାଂଶ ପନିପରିବା ଦର 50ଟଙ୍କା ଉପରେ ରହିଛି । ଜିଲ୍ଲାରେ ଅଧିକାଂଶ ପନିପରିବା ଜୈବିକ ପଦ୍ଧତିରେ ଚାଷ ହୋଇ ବୌଦ୍ଧ ସହର ସମେତ, ସାହାଜପାଲ, ବଘିଆପଡା, ତିଲେଶ୍ବର, ପୁରୁଣାକଟକ, ଦହ୍ୟା, ମନମୁଣ୍ଡା, କଣ୍ଟାମାଳ, ଶଗଡା ଭଳି ସ୍ଥାନରେ ପ୍ରତ୍ୟେକ ଦିନ ଉପଲବ୍ଧ ହେବା ସହିତ ସାପ୍ତାହିକ ହାଟରେ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିଥାଏ ।


ବର୍ତ୍ତମାନ ଗତ କିଛି ଦିନ ହେଲା ବାହାର ରାଜ୍ୟର ପନିପରିବା ଆସି ନପାରିବା ସହ ଜିଲ୍ଲାରେ ଉତ୍ପାଦନ କମିଥିବାରୁ ବିଭିନ୍ନ ବଜାରରେ ପନିପରିବା ଦର ବଢିବାରେ ଲାଗିଛି । ପ୍ରଥମେ ଟମାଟୋ ସେଞ୍ଚୁରୀ ପାର୍ କରିବା ପରେ ବର୍ତ୍ତମାନ ତା ପଛକୁ ପୋଟଳ, କୋବି, ଝୁଡଙ୍ଗ, ଜହ୍ନି, କଖାରୁ ଭଳି ପରିବାର ଦର ମଧ୍ୟ ବୃଦ୍ଧି ପାଇଛି । ବୌଦ୍ଧର ଆଦର୍ଶ କୃଷି ବଜାର ପରିସରରେ ଆଜି ସାପ୍ତାହିକ ହାଟ ସତ୍ତ୍ୱେ ଉଭୟ ଗ୍ରାହକ ଓ ବ୍ୟବସାୟୀ ପନିପରିବା କିଣାବିକା ନିମନ୍ତେ ଆଗ୍ରହ ପ୍ରକାଶ କରିନଥିଲେ । ବ୍ୟବସାୟୀମାନେ କିଣୁଥିବା ପରିବା ଦରର ମୂଳ ଅର୍ଥ ମଧ୍ୟ ବାହାର କରିପାରୁନଥିବା କହିଛନ୍ତି । ଏପରିକି ଅନେକ ପନିପରିବା ବଜାରରୁ ତଥା ଘରର ମେନ୍ୟୁ ଲିଷ୍ଟରୁ ଗାୟବ ହୋଇଯାଇଛି । ତେଣୁ ପନିପରିବା ଦରବୃଦ୍ଧି ନିୟନ୍ତ୍ରଣକୁ ନେଇ ଉଭୟ ବ୍ୟବସାୟୀ ଓ ଖାଉଟି ଆଶା ଆଶଙ୍କାରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ହୋସ ଉଡ଼ାଉଛି ପରିବା ଦର, ଯେଉଁଥିରେ ହାତ ମାରିଲେ ୧୦୦; ଟମାଟୋ ପରେ ଡରେଇଲାଣି କଞ୍ଚା ପରିବା


ତେବେ ବୌଦ୍ଧ ବଜାର ଉପରେ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର 20ରୁ ଉର୍ଦ୍ଧ୍ବ ବଜାରର ଖୁଚୁରା ବ୍ୟବସାୟୀ ନିର୍ଭରଶୀଳ । କିନ୍ତୁ ପନିପରିବା ଦର ବୃଦ୍ଧି ଯୋଗୁ ମଧ୍ୟବିତ୍ତ ଓ ଗରିବ ପରିବାର ଗଭୀର ପ୍ରଭାବିତ ହୋଇଛନ୍ତି। ଏନେଇ ବୁଦ୍ଧିଜୀବୀଙ୍କ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବୌଦ୍ଧ ଭଳି ପନିପରିବା ଉତ୍ପାଦିତ ଜିଲ୍ଲାରେ ଗୋଟିଏ ମଧ୍ୟ ବୃହତ ଶୀତଳ ଭଣ୍ଡାର ସ୍ଥାପନ ହୋଇ ନପାରିବାରୁ ଲୋକେ ଏଭଳି ଦରବୃଦ୍ଧିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details