ଓଡିଶା

odisha

ETV Bharat / state

ଉତ୍କଳ ଦିବସକୁ କଳା ଦିବସ ରୂପେ ପାଳନ କଲା କୋଶଳ ରାଜ୍ୟ ସମନ୍ବୟ ସମିତି

ବୌଦ୍ଧ ଜିଲ୍ଲାକୁ ପଶ୍ଚିମ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗଣାଯାଇଥାଏ । ତେଣୁ କୋଶଳ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଉତ୍କଳ ଦିବସକୁ ବର୍ଜନ କରିବା ସହ କଳା ଦିବସ ରୂପେ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Apr 1, 2019, 11:53 PM IST

ବୌଦ୍ଧ: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ 1 ତାରିଖରେ ଓଡିଶା ସ୍ବତନ୍ତ୍ରପ୍ରଦେଶର ମାନ୍ୟତା ପାଇଥିଲା । ତେଣୁ ଆଜିର ଦିନକୁ ଖୁସି ଏବଂ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ଏହି ଅବସରରେ ବୌଦ୍ଧ ଜିଲ୍ଲାରେ ମଧ୍ୟପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା ଏହି ଦିନଟିକୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

କିନ୍ତୁ ବୌଦ୍ଧ ଜିଲ୍ଲାକୁ ପଶ୍ଚିମ ଓଡ଼ିଶାର ଅବିଚ୍ଛେଦ୍ୟଅଙ୍ଗ ଭାବରେ ଗଣାଯାଇଥାଏ । ତେଣୁ କୋଶଳ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଉତ୍କଳ ଦିବସକୁ ବର୍ଜନ କରିବା ସହ କଳା ଦିବସ ରୂପେ ପାଳନ କରାଯାଇଛି ।


ସୋମବାର ବାଉଁଶୁଣୀଛକଠାରେ କୋଶଳ ରାଜ୍ୟ ଆନ୍ଦୋଳନର ଜିଲ୍ଲା ଆବାହକ ସୁବେଦାର ଲଳିତ ମୋହନ ସାହୁଙ୍କ ନେତୃତ୍ୱରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ପଶ୍ଚିମାଞ୍ଚଳକୁ କେତେକ ସର୍ତ୍ତରେ ମିଶ୍ରଣ କରିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲା ପ୍ରତି ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details