ଓଡିଶା

odisha

ETV Bharat / state

ଧଳା ସାରର କଳା ବଜାର - ବୌଦ୍ଧରେ ଚାଷୀଙ୍କ ସମସ୍ୟା

ବୌଦ୍ଧ ଜିଲ୍ଲାରେ ୟୁରିଆ ସାରକୁ ଦୁଇରୁ ତିନି ଗୁଣା ଅଧିକ ଦରରେ ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ବ୍ୟବସାୟୀମାନେ ମଧ୍ୟ ୟୁରିଆ ସାରର କଳା ବଜାର ହେଉଥିବା ଅଭିଯୋଗକୁ ସ୍ବୀକାର କରି ଏଥିପାଇଁ ବିଭାଗର ଉଦାସୀନତା ଓ ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି ।

urea

By

Published : Oct 12, 2019, 11:04 PM IST

Updated : Oct 12, 2019, 11:46 PM IST

ବୌଦ୍ଧ: ଧଳା ସାରର କଳା ବଜାର । ଏକ ବ୍ୟବସାୟିକ ଜାଲ ବୁଣାଯାଇ ଚାଷୀଙ୍କୁ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ବ୍ୟବସାୟୀ ମାନେ ମାନୁଥିଲେ ମଧ୍ୟ ବିଭାଗର ଅପାରଗତାକୁ ଲୁଚାଇବାକୁ ସରକାରୀ ବାବୁ ଏହି ଖୋଲା ସତ୍ୟକୁ ନମାନି କେହି ଅଭିଯୋଗ କରି ନାହାନ୍ତି ବୋଲି କହିଛନ୍ତି ।

ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କଳାବଜାରୀ

ବୌଦ୍ଧ ଜିଲ୍ଲାର ହାରାହାରି ଷାଠିଏ ଭାଗରୁ ଉର୍ଦ୍ଧ୍ବ ଜମିରେ ଧାନ ଚାଷ ହୋଇଥାଏ । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକ ପରିମାଣରେ ଭଲ ଧାନ ଚାଷ ହୋଇଥିଲା ବେଳେ ଏଥିପାଇଁ ଆବଶ୍ୟକ ୟୁରିଆ ସାରକୁ ମଧ୍ୟ ଦୁଇରୁ ତିନି ଗୁଣା ଅଧିକ ଦରରେ ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ବ୍ୟବସାୟୀମାନେ ମଧ୍ୟ ୟୁରିଆ ସାରର କଳା ବଜାର ହେଉଥିବା ଅଭିଯୋଗକୁ ସ୍ବୀକାର କରି ଏଥିପାଇଁ ବିଭାଗର ଉଦାସୀନତା ଓ ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ କହିଛନ୍ତି ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ ।

ଖୋଲାଖୋଲି ଭାବେ ଗ୍ରାମାଞ୍ଚଳରେ ଧଳା ୟୁରିଆ ସାରର କଳା ବଜାର ହେଉଥିବା ବେଳେ ଅଧିକାରୀଙ୍କ ଏଭଳି ତାତ୍ସଲ୍ୟ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Oct 12, 2019, 11:46 PM IST

ABOUT THE AUTHOR

...view details