ବୌଦ୍ଧ: ବୌଦ୍ଧ ବନଖଣ୍ଡ ବିଭାଗରେ ଦେଖାଦେଇଛି ଅରାଜକତା । ଖୋଦ ବିଭାଗୀୟ ଅଧିକାରୀଙ୍କ ମନମାନୀ ଯୋଗୁଁ ଜଙ୍ଗଲ କର୍ମଚାରୀ ଅତିଷ୍ଠ ହୋଇପଡିଲେଣି । କର୍ମଚାରୀଙ୍କୁ ବିନା କାରଣରେ ବଦଳି ଭୟ ପ୍ରଦର୍ଶନ ସହିତ ଜାଇକା ଓ ସବୁଜ ମହାନଦୀ ମିଶନରେ ଅନୈତିକ କାର୍ଯ୍ୟ ପାଇଁ ଚାପ ପ୍ରୟୋଗ କରାଯାଉଛି । ଗୋଟିଏ ପଟରେ ଦନ୍ତାହାତୀ ଶିକାର ମାମଲା ଦିଗହରା ହୋଇଥିବାବେଳେ ବର୍ତ୍ତମାନ କଣ୍ଟାମାଳ ଓ ମନମୁଣ୍ଡା ରେଞ୍ଜରୁ ବ୍ୟାପକ ଚୋରାକାଠ ଚାଲାଣ ବୃଦ୍ଧି ପାଇଛି ।
ଜଙ୍ଗଲ ବିଭାଗରେ ଚାଲିଛି ଜଙ୍ଗଲୀ ରାଜ, ଅସୁରକ୍ଷିତ ବନ୍ୟ ସମ୍ପଦ - ଜଙ୍ଗଲ ବିଭାଗ
ଜଙ୍ଗଲ ବିଭାଗର ଜଙ୍ଗଲୀ ରାଜ ଯୋଗୁଁ ଅତିଷ୍ଠ ଖୋଦ ବିଭାଗୀୟ କର୍ମଚାରୀ । ବର୍ତ୍ତମାନ ଦୁଇଟି ରେଞ୍ଜରେ ବ୍ୟାପକ ଚୋରାକାଠ ବ୍ୟବସାୟର ମାଷ୍ଟର ମାଇଣ୍ଡ ଜଣେ ବରିଷ୍ଠ ଅଧିକାରୀ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ..
ଜଙ୍ଗଲ ବିଭାଗରେ ଚାଲିଛି ଜଙ୍ଗଲୀ ରାଜ, ଅସୁରକ୍ଷିତ ବନ୍ୟ ସମ୍ପଦ
ଆଉ ଏହାର ପଛରେ ଜଣେ ବିଭାଗୀୟ ଅଧିକାରୀଙ୍କ ପ୍ରଚ୍ଛଦ ହାତ ଥିବା ଚର୍ଚ୍ଚା ହେଉଛି । ଗୋଟିଏ ପଟରେ ଦିନରାତି ଏକକରି କାଠ ଚୋରକୁ ଜଙ୍ଗଲ କର୍ମଚାରୀ ଧରୁଥିବାବେଳେ ମନମୁଣ୍ଡା ରେଞ୍ଜ ଅଧିନରେ ଥିବା ଲୁଣପଙ୍ଗା ନର୍ସରୀରୁ ବ୍ୟାପକ କାଠ କାଟି ନିଆଯାଇଥିବା ଜଣାପଡିଛି । ବର୍ତ୍ତମାନ ବିଭାଗୀୟ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ ଥିବାବେଳେ ବିଭାଗରେ ଚାଲିଥିବା ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ