ଓଡିଶା

odisha

ETV Bharat / state

ନିମ୍ନମାନର କାମ, ଚାଷୀଙ୍କ କାମରେ ଲାଗୁନି ଚେକଡ୍ୟାମ

ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ତଥା ଅଧପନ୍ତରିଆ କରି ଠିକାଦାର ଫେରାର ମାରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

By

Published : Jun 6, 2021, 10:46 PM IST

under-construction-work allegation by farmers in boudh
ନିମ୍ନମାନର କାମ, ଚାଷୀଙ୍କ କାମରେ ଲାଗୁନି ଚେକଡ୍ୟାମ

ବୌଦ୍ଧ : ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ତଥା ଅଧପନ୍ତରିଆ କରି ଠିକାଦାର ଫେରାର ମାରିଥିବା ଅଭିଯୋଗ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ଚାଷୀଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି ।

ନିମ୍ନମାନର କାମ, ଚାଷୀଙ୍କ କାମରେ ଲାଗୁନି ଚେକଡ୍ୟାମ

ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମ ନିକଟରେ ଗତ ପ୍ରାୟ ଦୁଇ ବର୍ଷ ତଳେ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଏକ ଚେକଡ୍ୟାମ ନିର୍ମାଣ ଆରମ୍ଭ ହୋଇଥିଲା । ତେବେ ଏନେଇ ସ୍ଥାନୀୟ ଚାଷୀଙ୍କୁ ଉପେକ୍ଷା କରି ଅତ୍ୟନ୍ତ ତରବରିଆ ତଥା ନିମ୍ନମାନର କାମ କରାଯାଇଥିବା ଅଭିଯୋଗ ହୋଇଛି ।

ଏପରିକି ଠିକାକାମ ହାତେଇଥିବା ଠିକାଦାର କାମକୁ ଅଧପନ୍ତରିଆ ଭାବରେ ଛାଡି ଫେରାର ହୋଇଯାଇଥିଲା । ସେପଟେ କାର୍ଯ୍ୟ ସ୍ଥାନରେ କୌଣସି ସୂଚନା ଫଳକ ନଥିବାରୁ ଏହା କେତେ ଟଙ୍କାରେ କିଏ ତିଆରି କରିଛି ସେନେଇ କୌଣସି ସୂଚନା ନଥିବା ମଧ୍ୟ ଅଭିଯୋଗ ହୋଇଛି ।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ବର୍ତ୍ତମାନ ଚାଷୀଙ୍କ କାର୍ଯ୍ୟରେ ଆଦୌ ଆସୁନଥିବା ଜଣାପଡିଛି । ଏ ସମ୍ପର୍କରେ ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details