ବୌଦ୍ଧ: କ୍ଷୀର ବିକ୍ରି ନ କରିପାରି ଚିନ୍ତାରେ ଗୋପାଳକ । ବୌଦ୍ଧ ଜିଲ୍ଲାର ଜହ୍ନାପଙ୍ଗ ଠାରେ କ୍ଷୀର ବିକି ନ ପାରି ଜାତୀୟ ରାଜପଥରେ କ୍ଷୀର ଢାଳି ପ୍ରତିବାଦ କରିଥିଲା ଦେଖିବାକୁ ମିଳିଛି ।
ଏକ ଘରୋଇ ସଂସ୍ଥା କ୍ଷୀର ନ କିଣିବାରୁ ଜିଲ୍ଲାର 57 ନମ୍ବର ଜାତୀୟ ରାଜପଥରେ ପ୍ରାୟ 30ଜଣ ଦୁଗ୍ଧ ବେପାରୀ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଗୋପାଳନରୁ ମିଳୁଥିବା କ୍ଷୀର ବିକ୍ରି କରି ଦୁଇ ପଇସା ରୋଜଗାର କରିବା ଆଶା ରଖିଥାଏ ଗୋପାଳକ । ମାତ୍ର କ୍ଷୀର ନେଇଥିବା ସଂସ୍ଥା କ୍ଷୀର ନ ନେବାରୁ ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।