ଓଡିଶା

odisha

ETV Bharat / state

ଗୋଟିଏ ଦିନରେ ଦୁଇଟି ସଡକ ଦୁର୍ଘଟଣା, ଚାରି ମୃତ - ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ ବ୍ୟବସ୍ଥା

ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ ବ୍ୟବସ୍ଥା । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା ଘଟି ଚାରିଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣା
ସଡକ ଦୁର୍ଘଟଣା

By

Published : Jan 22, 2021, 8:43 AM IST

ବୌଦ୍ଧ:ଚିନ୍ତା ବଢାଉଛି ସଡକ ଦୁର୍ଘଟଣା । ଗୁରୁବାର ଗୋଟିଏ ଦିନରେ ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଚାଲିଯାଇଛି ଚାରି ଚାରିଟି ଜୀବନ ।

ସଡକ ଦୁର୍ଘଟଣାରୁ ଚାଲିଗଲା ଚାରି ଜୀବନ

ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ବୌଦ୍ଧ, ପୁରୁଣାକଟକ,ଚାରିଛକ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଗୁରୁବାର ସକାଳ ପ୍ରାୟ 9ଟାରେ ମନମୁଣ୍ଡା ଥାନା ଅନ୍ତର୍ଗତ ଗୋପାଳମାଳ ଛକଠାରେ ଯାତ୍ରୀବାହୀ ଅଟୋ ଓ ପିଚୁ ବୋଝେଇ ହାଇଓ୍ବା ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସକାଳୁ ଏଭଳି ଦୁଃଖଦ ଖବର ମନରୁ ଲିଭି ନଥିବା ବେଳେ ସନ୍ଧ୍ୟାରେ ପୁଣି ବାଉଁଶୁଣୀ ଥାନା ଅନ୍ତର୍ଗତ ଅଁଳାପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ମନୁପାଲି ପଞ୍ଚାୟତ ପୁଡୁପଥର ଗ୍ରାମର ବୋଲି ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜିଲ୍ଲାରେ କୋଡିଏ ଦିନ ଭିତରେ ପ୍ରାୟ 20ଜଣଙ୍କର ସଡକ ଦୁର୍ଘଟଣାରେ ଜାବନ ଯାଇଥିବା ଜଣାପଡିଛି । ଦିନକୁ ଦିନ ଜିଲ୍ଲାରେ ବୃଦ୍ଧି ପାଉଥିବା ଅପରାଧିକ ମାମଲା ଓ ସଡକ ଦୁର୍ଘଟଣାକୁ ନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details