ଓଡିଶା

odisha

By

Published : Dec 31, 2022, 7:58 PM IST

ETV Bharat / state

ବର୍ଷ ଶେଷ ଦିନରେ ଦୁଇଟି ସଡ଼କ ଦୁର୍ଘଟଣା: 6 ଆହତ, ଜଣେ ମୃତ

ନୂତନ ବର୍ଷ ପ୍ରବେଶ ପୂର୍ବରୁ ଜିଲ୍ଲାରେ ଦୁଇ ଦୁଇଟି ସଡକ ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ଗୋଟିଏ ସଡକ ଦୁର୍ଘଟଣାରେ 40ଜଣ ତୀର୍ଥ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ବେଳେ ଅନ୍ୟ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

road accident in Boudh
ସଡ଼କ ଦୁର୍ଘଟଣା

ବୌଦ୍ଧ :ବୌଦ୍ଧ ଜିଲ୍ଲାରେ ଘଟିଛି ଦୁଇଟି ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ 6ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ବାଗତ ସମୟରେ ଜିଲ୍ଲାରେ ଦୁଇ ଦୁଇଟି ସଡକ ଦୁର୍ଘଟଣା ଲୋକଙ୍କ ବ୍ୟଥିତ କରିଛି । ପ୍ରଥମଟି ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ନିକଟରେ ଏକ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଛତିଶଗଡ଼ ଅଞ୍ଚଳରୁ 40ଜଣ ଯାତ୍ରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ନୃସିଂହନାଥ ଯାଉଥିବା ବେଳେ ହରେକୃଷ୍ଣପୁର ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛରେ ପିଟି ହୋଇଥିଲା। ଫଳରେ ଏଥିରେ ବସିଥିବା 6ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।

ସେହିପରି ଆଜି (ଶନିବାର) ଅପରାହ୍ନରେ ବୌଦ୍ଧ ସହର ନିକଟସ୍ଥ ଟୁଟୁସିଙ୍ଗା ଗ୍ରାମର ଜଣେ ମହିଳା ଘରକୁ ଫେରୁଥିବା ବେଳେ ମହାନଦୀ ସେତୁଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ସହ ସେତୁଛକ ନିକଟରେ ଟ୍ରାଫିକ ବ୍ୟବସ୍ଥା ପାଇଁ ଦାବି କରିଥିଲେ ଅଞ୍ଚଳବାସୀ। ଏହାକୁ ନେଇ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା। ଫଳରେ ଅନେକ ଯାନବାହନ ଯାଇନପାରି ଅଟକି ରହିଥିଲା। ତେବେ ଏ ହି ଘଟଣାପରେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହାମଧ୍ୟ ପଢ଼ନ୍ତୁ. ଘନ କୁହୁଡିରେ ଲୁଚି ଯାଉଛି ରାସ୍ତାଘାଟ, ଭାରସାମ୍ଯ ହରାଇ ଦୁଇ କାର ଦୁର୍ଘଟଣାଗ୍ରସ୍ତ

ଏ ସମ୍ପର୍କରେ ପ୍ରତ୍ୟେକ୍ଷଦର୍ଶୀ ସୁରୁ ପ୍ରଧାନ କହିଛନ୍ତି ''ମହିଳା ଜଣକ କିଛି ପନିପରିବା ନେଇ ବଜାରକୁ ବିକ୍ରି କରିବାକୁ ଯାଇଥିଲେ। ବଜାରରେ ବିକ୍ରି କରି ମହିଳା ଜଣକ ଘରକୁ ଫେରୁଥିଲେ। ତେବେ ବାଇପାସ ରୋଡ ଦେଇ ମହିଳା ଜଣକ ରାସ୍ତା ପାର୍ ହେଉଥିବା ସମୟରେ ଏକ ଟ୍ରକ ବୌଦ୍ଧ ଆଡୁ ଆସି ବାଇପାସ ରୋଡ ଠାରେ ତାଙ୍କୁ ଧକ୍କା ଦେଇଥିଲା। ମୃତ ମହିଳା ଜଣକ ଅତ୍ୟନ୍ତ ଗରିବ। ବଜାରରେ ପରିବା ବିକିଲେ ତାଙ୍କ ପରିବାର ଚଳେ। ତେଣୁ ତାଙ୍କ ପରିବାରକୁ ସରାକର ଆର୍ଥିକ ସହାୟତା ଯୋଗାଇଦେଲେ ତାଙ୍କ 3 ପିଲାଛୁଆ ବଞ୍ଚି ପାରନ୍ତେ। ସବୁଠି ବଡ଼ କଥା ଏଠି ସବୁବେଳେ ଏଭିଳି ଦୁର୍ଘଟଣା ଘଟୁଛି । ଜଣେ ଚାଳକ ଏଠି ବେଫିକର ହୋଇ ଗାଡ଼ି ଚଳାଉଛି । ତେଣୁ ଏଠାରେ ଏକ ଟ୍ରାଫିକ ତିଆରି ହେଲେ ଆମେ ବହୁତ ସାହାର୍ଯ୍ୟ ପାଇବୁ।''

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details