ଓଡିଶା

odisha

ETV Bharat / state

ମିଳୁନି ସରକାରୀ ସହାୟତା, ଦୁଃଖରେ ଦିନ କାଟୁଛନ୍ତି ଦୁଇ ବୃଦ୍ଧା

ସରକାରୀ ଯୋଜନାରୁ ବଞ୍ଚିତ ଦୁଇ ବୃଦ୍ଧା । ପେଟ ପାଟଣାକୁ ନେଇ ଚିନ୍ତାରେ ହରଭଙ୍ଗା ବ୍ଲକର ଦୁଇ ବୃଦ୍ଧା । ଅଧିକ ପଢନ୍ତୁ

By

Published : May 29, 2023, 3:04 PM IST

two old woman deprived government scheme in boudh
two old woman deprived government scheme in boudh

ଦୁଃଖରେ ଦିନ କାଟୁଛନ୍ତି ଦୁଇ ବୃଦ୍ଧା

ବୌଦ୍ଧ: ଦିନେ ଅଙ୍ଗନବାଡିରେ ଛୋଟଛୋଟ ଶିଶୁଙ୍କୁ ପାଠ ପଢାଉଥିଲେ । ସେଠାରୁ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଉଥିଲେ । ଅବସର ପରେ ଏବେ ଯେମିତ ଜୀବନ ଦୁର୍ବିସହ ହୋଇପଡିଛି । କୌଣସି ସରକାରୀ ସହାୟତା ନମିଳିବାରୁ ଦିନକୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଖାଇବାକୁ ସଂଘର୍ଷ କରୁଛନ୍ତି ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତର କନକ ଦୀପ ।

ଦୁର୍ଗାପ୍ରସାଦ ନିକଟସ୍ଥ ବ୍ରାହ୍ମଣୀପାଲି ଗ୍ରାମର ଅଙ୍ଗନବାଡିରେ ପାଠ ପଢାଉଥିବା ବେଳେ ନିକଟରେ ଅବସର ନେଇଛନ୍ତି କନକ । କିନ୍ତୁ ଅବସର ପରେ ମଧ୍ୟ ତାଙ୍କୁ ନା ମିଳୁଛି କୌଣସି ଆର୍ଥିକ ସହାୟତା ନା ବାର୍ଦ୍ଧକ୍ୟ ଭତ୍ତା । ଏ ସମ୍ପର୍କରେ କନକ ବାରମ୍ବାର ବଘିଆପଡା ପଞ୍ଚାୟତ ଓ ବୌଦ୍ଧ ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଏପରିକି ନିଜ ବୃଦ୍ଧା ଶାଶୁଙ୍କ ମୃତ୍ୟୁ ପରେ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ମିଳିପାରି ନଥିବା ସେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ସରକାରୀ ସହାୟତାରୁ ବଞ୍ଚିତ ହୋଇ ରାସ୍ତା କଡରେ ଭଙ୍ଗା ଦଦମରା ଘରେ ଜୀବନ ବିତାଉଛନ୍ତି 80 ବର୍ଷିୟ ଯଶୋଦା ବେହେରା । ହରଭଙ୍ଗା ବ୍ଲକ ବନ୍ଧାପଥର ପଞ୍ଚାୟତ ଅନ୍ତର୍ଗତ ହରିଜନ ବସ୍ତିରେ ଏକ ଭଙ୍ଗା ଘରେ ରୁହନ୍ତି ବୃଦ୍ଧା ଯଶୋଦା ଓ ତାଙ୍କ ଝିଅ । ବୃଦ୍ଧା ମାଆକୁ ଏକାକୀ ଘରେ ଛାଡି ପର ଘରେ ହାତ ପତାଇବାକୁ ବାହାରି ପଡନ୍ତି ଯଶୋଦାଙ୍କ ଝିଅ । ଫଳରେ ବୃଦ୍ଧା ଜଣଙ୍କ ଝଡ ତୋଫାନ ଓ ଖରା ଝାଞ୍ଜି ରେ ପଲିଥିନ ଟଣା ଘରକୁ ଜଗି ରହିଥାନ୍ତି । ସରକାରୀ ସହାୟତା କହିଲେ ପାଞ୍ଚ କେଜି ଚାଉଳ ଓ ପାଞ୍ଚ ଶହ ଟଙ୍କା ଭତ୍ତା । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ଆବାସ ଯୋଜନାର ନା ମିଳିଛୁ ଘର ନା ମିଳୁଛି ବିଦ୍ୟୁତ ସେବା। ଫଳରେ ରାତିରେ ହେଲେ ଅନ୍ଧକାରର ଭୟ ମାଡି ବସୁଛି ଉଙ୍ଗା ଘରେ । ଶେଷରେ ଭାଗ୍ୟକୁ ଆଦରି ଏଭଳି ଅସହାୟ ଅବସ୍ଥାରେ ଏମାନେ କେବଳ ଭଗବାନଙ୍କ ଭରସାରେ ବଞ୍ଚୁଛନ୍ତି ।

ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଅନେକ ସମୟରେ ଏଭଳି ଅସହାୟ, ଦୁଃଖୀଙ୍କ ସହାୟତା ପାଇଁ ନିଜେ ଆଗେଇ ଆସିଛନ୍ତି । ପଞ୍ଚାୟତ ସ୍ତରରେ ସରକାରୀ ବାବୁ ଓ ପଞ୍ଚାୟତ ପ୍ରତିନିଧି ଙ୍କ ଉଦାସୀନତା ଯୋଗୁଁ ପ୍ରକୃତ ହିତାଧିକାରୀ ସହାୟତାରୁ ବଞ୍ଚିତ ହେଉଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏପରି ଅନେକ ବୃଦ୍ଧା ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁଃଖରେ ଦିନ କାଟୁଛନ୍ତି। ଏମାନଙ୍କୁ ସ୍ବତନ୍ତ୍ର ଭାବରେ ଚିହ୍ନଟ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details