ବୌଦ୍ଧ: ଶହେ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରରେ ପିଟିହୋଇ ଓଲଟିଲା ଟ୍ରକ । ଏହି ଦୁର୍ଘଟଣାରୁ ସୌଭାଗ୍ୟବଶତଃ ଟ୍ରକର 2କର୍ମଚାରୀ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରଇଠାଣୀ ଗାଁ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି ।
ସୂଚନାଥାଉକି, ୫୭ ନଂ ଜାତୀୟ ରାଜପଥରେ ଶୁକ୍ରବାର ଦିନ ପ୍ରାୟ 3ଟାବେଳେ ଏକ ଟମାଟୋ ବୋଝେଇ ଟ୍ରକର ଆଗଚକ ଫାଟିଯିବାରୁ ରାସ୍ତା କଡରେ ଥିବା ଏକ ଶହେ କେଭି ଟ୍ରାନ୍ସଫର୍ମରରେ ବାଡେଇ ହୋଇ ଓଲଟି ପଡିଥିଲା । ଟ୍ରାନ୍ସଫର୍ମର ନିକଟରେ ଥିବା ଏକ ଘର ସମ୍ପୂର୍ଣ୍ଣ ରୂପେ ଏହି ଦୁର୍ଘଟଣାରୁ ଆକସ୍ମିକ ଭାବରେ ରକ୍ଷା ପାଇ ଯାଇଛି ।