ବୌଦ୍ଧ:ଉନ୍ନୟନ ପାଇଁ ବଳି ପଡୁଛି ହଜାର ହଜାର ବୃକ୍ଷ । ଶ୍ରୀକ୍ଷେତ୍ର ଘୋଷଯାତ୍ରାର ରଥ ପାଇଁ ଅଧିକ ରଥକାଠ ଯୋଗାଇବା ଲକ୍ଷ୍ୟରେ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଓ ବିଭିନ୍ନ ସ୍ଥାନରେ କରାଯିବ ବନୀକରଣ । ରାସ୍ତା ପ୍ରଶସ୍ତିକରଣ ଠାରୁ ନେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅନେକ ଗଛ କଟାଯାଉଥିବାରୁ ଏହାର ପ୍ରତିବଦଳରେ ଅଧିକ ସବୁଜିମା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ଜିଲ୍ଲା ପ୍ରଶାସନ ଏବଂ ବନ ଅଧିକାରୀ ।
ଏହାଛଡା ବଡ ଠାକୁରଙ୍କ ରଥଯାତ୍ରାରେ ରଥ ପାଇଁ ଆବଶ୍ୟକ ପଡୁଥିବା ରଥକାଠ ଯୋଗାଇବା ଲକ୍ଷ୍ୟରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଗୁଡିକରେ ମଧ୍ୟ ଫାସୀ ଅସନ ଭଳି ବୃକ୍ଷ ରୋପଣ କାର୍ଯ୍ୟ ହାତକୁ ନିଆଯାଇଛି । ବୌଦ୍ଧ ଜିଲ୍ଲାରେ ବିଗତ କିଛି ବର୍ଷ ମଧ୍ୟରେ ଉନ୍ନୟନ ପାଇଁ ବହୁ ଗଛ କଟାଯାଇଥିବାରୁ ଏହାର ପ୍ରତିବଦଳରେ ପର୍ଯ୍ୟାପ୍ତ ବନୀକରଣ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି ।