ବୌଦ୍ଧ: ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ପକ୍କା ରାସ୍ତା ଯୋଗାଇ ଦିଆଯାଇଛି ବୋଲି ଡିଣ୍ଡିମ ପିଟୁଛନ୍ତି । ହେଲେ ଆଜିବି ଏପରି କିଛି ଗ୍ରାମ ଅଛି ଯେଉଁଠି ପକ୍କା ରାସ୍ତା ଖଣ୍ଡେ ନାହିଁ । ଏପରି ଏକ ଗ୍ରାମ ହେଉଛି ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତର ତେନ୍ତୁଳି ପାଲି ଗାଁ ।
ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ତେନ୍ତୁଳି ପାଲି ଗାଁ ଲୋକେ ଭଲ ରାସ୍ତା ଖଣ୍ଡେ ପାଇନାହାଁନ୍ତି । ଏପଟେ ମହାନଦୀ କୂଳରେ ଗ୍ରାମଟି ଥିବାରୁ ଏବେ ବୋଧେ ମହାନଦୀ ଗର୍ଭରେ ଲୀନ ହେବା ଅପେକ୍ଷାରେ ତେନ୍ତୁଳି ପାଲି । କାରଣ ଦିନକୁ ଦିନ ନଦୀ କୂଳ ଖାଇବାରୁ ଅନେକ ନିଜ ଭିଟା ମାଟି ଛାଡି ଅନ୍ୟତ୍ର ବସବାସ କଲେଣି ।