ଓଡିଶା

odisha

ETV Bharat / state

ସମସ୍ୟାରେ ଜର୍ଜରିତ ବାନ୍ଧଶିଳ୍ପୀ: କୌଳିକ ବୃତ୍ତିରୁ ଫେରାଇ ନେଉଛନ୍ତି ମୁହଁ - ବାନ୍ଧଶିଳ୍ପି

ବାନ୍ଧ କଳାରେ ବୌଦ୍ଧ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ବଉଦିଆ ବାପ୍ତା ହେଉ କିମ୍ବା ବଉଦିଆ ଗୁଲିଶାଢୀ ହେଉ ତାର ନିଜସ୍ବ ବୁଣାଶୈଳୀ ଅତୀତରେ ଖୁବ ଲୋକପ୍ରିୟ ହୋଇପାରିଥିଲା । କିନ୍ତୁ ପରିବର୍ତ୍ତିତ ସମୟରେ ଏହି ବାନ୍ଧ ପରିପାଟିରେ ଆସିଛି ଅନେକ ପରିବର୍ତ୍ତନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jun 2, 2019, 10:55 PM IST


ବୌଦ୍ଧ: ବାନ୍ଧକଳା ପାଇଁ ସାରା ରାଜ୍ୟରେ ବୌଦ୍ଧ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ସମୟ ବଦଳିଛି, କାଳକ୍ରମେ ବାନ୍ଧ ଶାଢୀର ସ୍ଥାନ ନେଇଛି ନୂଆଁ ଚକମକିଆ ଶାଢୀ । ଅତ୍ୟାଧୁନିକ ମେସିନ ଆଗରେ ଫିକା ପଡିଛି ହାତ ତିଆରି ଶାଢୀ । ଅନ୍ୟପଟେ ଅନେକ ସମସ୍ୟା ଥିବାରୁ କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ବସିଲେଣି ବାନ୍ଧକଳା କାରିଗର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପୂର୍ବେ ବଉଦିଆ ବାପ୍ତା ହେଉ କିମ୍ବା ବଉଦିଆ ଗୁଲିଶାଢୀ ହେଉ ତାର ନିଜସ୍ବ ବୁଣାଶୈଳୀ ଅତୀତରେ ଖୁବ ଲୋକପ୍ରିୟ ହୋଇପାରିଥିଲା । ହେଲେ ପରିବର୍ତ୍ତିତ ସମୟରେ ଏହି ବାନ୍ଧ ପରିପାଟିରେ ଆସିଛି ଅନେକ ପରିବର୍ତ୍ତନ ।

କାମିନୀ, କାଞ୍ଚନ, ଚନ୍ଦ୍ର ଉଦିଆ, ମୟୂରପୁଚ୍ଛ ଭଳି ଅନେକ ଆକର୍ଷଣୀୟ ବାନ୍ଧ ଶାଢୀ ଏବେ ପୁରୁଣାକାଳିଆ ହୋଇଯାଇଛି । ତାର ସ୍ଥାନ ନେଇଛି ବମକେଇ ଓ ଅନ୍ୟ ବାନ୍ଧ ଶାଢୀ । ରାଜା ରାଜୁଡା ଶାସନ କାଳରେ ବୌଦ୍ଧ ଅଞ୍ଚଳର ଶାଢ଼ୀ ଦିଲ୍ଲୀ ଦରବାରରେ ମନମୋହୁ ଥିଲା । କିନ୍ତୁ ଏବେ ଆଉ ସେସବୁ ଶାଢୀର ଚାହିଦା ନାହିଁ । ଅତ୍ୟାଧୁନିକ ତଥା ମେସିନ ବୁଣା ଶାଢୀ ତାର ସ୍ଥାନ ନେଇଛି ।

ଏପଟେ ବୁଣାକାରଙ୍କ ଅନେକ ସମସ୍ୟା ରହିଥିବାରୁ ଅନେକ କୌଳିକ ବୃତ୍ତରୁ ମୁହଁ ଫେରାଇବାକୁ ବସିଲେଣି । ସେମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ କରାଯାଉନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି । ସେପଟେ ଜିଲ୍ଲାରେ ବର୍ତ୍ତମାନ ୧୩୭୩୮ ଜଣ ବୁଣାକାର ଥିବା ବେଳେ ସମୁଦାୟ ୩୨୫୮ଟି ତନ୍ତ ରହିଛି । ସେମାନଙ୍କୁ ବୀମା ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବୟନ ଅଧିକାରୀ ସୂଚନା ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details