ବୌଦ୍ଧ: ଦୃତ ଗତିରେ ସଂକ୍ରମଣ ବୃଦ୍ଧି ସହିତ ମୃତ୍ୟୁର ହାର ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି । ମୃତକଙ୍କ ମୃତଦେହ ଗୁଡିକୁ ଦାହ ପାଇଁ ଶ୍ମଶାନ ଘାଟରେ ସ୍ଥାନ ଅଭାବରୁ ସ୍ବତନ୍ତ୍ର ସ୍ଥାନରେ ମାଟିଖୋଳି ଶବଦାହ କରାଯାଇଛି ।
ସଂକ୍ରମଣ ସହ ତାଳଦେଇ ବୃଦ୍ଧି ପାଉଛି ମୃତ୍ୟୁ ହାର
ଜିଲ୍ଲାରେ ସଙ୍କଟ ଜନକ ସ୍ଥିତିରେ କରୋନା ସଂକ୍ରମଣ । ମୃତକଙ୍କ ସଖ୍ୟା ବୃଦ୍ଧି ପାଉଥିବାରୁ ମୃତ ଦେହ ଗୁଡିକୁ ଦାହ ପାଇଁ ମାଟିଖୋଳି ମୃତ ଦେହ ଗୁଡିକୁ ଦାହ କରାଯାଉଛି । ଅଧିକ ପଢନ୍ତୁ...
ଜିଲ୍ଲାରେ ସାଙ୍ଘାତିକ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ 273 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ସଂକ୍ରମଣ ସହ ତାଳଦେଇ ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିବାହ ଓ ଅନ୍ୟ ସାମାଜିକ ଉତ୍ସବ ଯୋଗୁଁ ଏହି ସଂକ୍ରମଣ ଅଧିକ ବ୍ୟାପୁଥିବା ଆଶଙ୍କା କରାଯାଇଛି ।
ସେପଟେ ଆଜି ପ୍ରଥମ ଥର ପାଇଁ ବୌଦ୍ଧ ଶ୍ମଶାନ ଘାଟ ଠାରେ ଶବଦାହ ସ୍ଥାନ ଚାରୋଟି ଥିବା ବେଳେ 6 ଗୋଟି ମୃତ ଦେହ ଗୁଡିକୁ ଦାହ ପାଇଁ ସ୍ଥାନର ଅଭାବ ଦେଖାଦେଇଥିବାରୁ ସ୍ବତନ୍ତ୍ର ଦୁଇଟି ସ୍ଥାନରେ ମାଟିଖୋଳି ମୃତ ଦେହ ଗୁଡିକୁ ଦାହ କରାଯାଉଛି । ଜିଲ୍ଲାର ଦେବଗଡ଼, ରାୟପୁର, ବଡବାଗବର ଭଳି ସ୍ଥାନରେ ବ୍ୟାପକ ସଂକ୍ରମିତ ଚିହ୍ନଟ ହେବାପରେ ପୁଣି ବାଉଁଶୁଣୀ ପଞ୍ଚାୟତର ଯମଘାଟି ଓ ଡିମିରିପାଲି ଗ୍ରାମରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ପ୍ରଶାସନ ଉକ୍ତ ଦୁଇ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । କେବଳ ଡିମିରିପାଲି ଗ୍ରାମରୁ 25 ଜଣ ପଜିଟିଭ ଚିହ୍ନଟ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବାଉଁଶୁଣୀ ଅଞ୍ଚଳର ଯୁବ ସ୍ବେଚ୍ଛାସେବୀ ରାକେଶ ତ୍ରିପାଠୀ ଉକ୍ତ ଗ୍ରାମରେ ପହଞ୍ଚି ସହାୟତା ଯୋଗାଇଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ