ଓଡିଶା

odisha

ETV Bharat / state

ବୌଦ୍ଧର ପର୍ଯ୍ୟଟନସ୍ଥଳୀଗୁଡିକ ହେବ ଅକ୍ସି ଟୁରିଜିମ ପର୍ଯ୍ୟଟନସ୍ଥଳୀ - tourisist place

ବୌଦ୍ଧ ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡିକୁ ଅକ୍ସି ଟୁରିଜିମ ପର୍ଯ୍ୟଟନସ୍ଥଳୀ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଅକ୍ସି ଟୁରିଜିମ ପର୍ଯ୍ୟଟନସ୍ଥଳୀ
ଅକ୍ସି ଟୁରିଜିମ ପର୍ଯ୍ୟଟନସ୍ଥଳୀ

By

Published : Feb 23, 2021, 7:27 AM IST

ବୌଦ୍ଧ:ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଛି ଜିଲ୍ଲାର ବିଭିନ୍ନ ସ୍ଥାନ । ସେଗୁଡିକର ବିକାଶ ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଅକ୍ସି ଟୁରିଜିମ ମାଧ୍ୟମରେ ପର୍ଯ୍ୟଟକ ସ୍ଥାନଗୁଡିକର ବିକାଶ କରି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ।

ଅକ୍ସି ଟୁରିଜିମ ପର୍ଯ୍ୟଟନସ୍ଥଳୀ

ପ୍ରକୃତିକ ସୌନ୍ଦର୍ଯ୍ୟରେ ଭିରି ରହିଛି ଜିଲ୍ଲାର କୋଣ ଅନୁକୋଣ । ଝରଣା, ନଦୀ ଓ ସବୁଜିମାରେ ଭରି ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ରହିଛି ଅନେକ ରମଣୀୟ ସ୍ଥାନ । କଣ୍ଟାମାଳ ବ୍ଲକର ଦେଢଶୁର ଭାଇବୋହୂ ପାହାଡଠାରୁ ଆରମ୍ଭ କରି ମନମୁଣ୍ଡାର ଅସୁରଗଡ,ବୌଦ୍ଧର ବୈଷ୍ଣବୀୟ, ଶୈବ ଓ ବୌଦ୍ଧ ସ୍ଥାପତ୍ୟ ସହିତ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ସ୍ଥାନଗୁଡିକୁ ଅକ୍ସି ଟୁରିଜିମ ପର୍ଯ୍ୟଟନସ୍ଥଳୀ କରିବାକୁ ପରିକଳ୍ପନା କରିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାରେ 22ଗୋଟି ପର୍ଯ୍ୟଟନସ୍ଥଳୀକୁ ଚିହ୍ନଟ କରାଯାଇଛି । ଏହା ସହିତ ଶ୍ରୀକ୍ଷେତ୍ର ପୁରୀକୁ ପ୍ରାଚୀନ କାଳରୁ ସଂଯୋଗ କରୁଥିବା ଜଗନ୍ନାଥ ସଡକର ବିକାଶ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପ୍ରଶାସନ । ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଶୀତଳପାଣି, ସାତକୋଶିଆ, ପଦ୍ମତୋଳା ଭଳି ସୁନ୍ଦର ସ୍ଥାନ ଅକ୍ସି ଟୁରିଜିମରେ ସ୍ଥାନ ପାଇଲେ ଏସବୁ ସ୍ଥାନ ଓଡ଼ିଶାର ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି । ଆଗାମୀ ଦିନରେ ପର୍ଯ୍ୟଟନ ସ୍ଥାନକୁ ନେଇ ବିରାଟ ସମ୍ଭାବନା ବୌଦ୍ଧ ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ଆଶା ପ୍ରକାଶ ପାଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ABOUT THE AUTHOR

...view details