ଭୁବନେଶ୍ବର: ଇସ୍କନରେ କୁଇଣ୍ଟାଲରୁ ଊର୍ଦ୍ଧ୍ବ ସୁନା ପିନ୍ଧିଲେ କଳା ଠାକୁର । ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ଜଗତର ନାଥ ଜଗନ୍ନାଥ ନିଜ ଭଉଣୀ ଓ ବଡ଼ ଭାଇ ସହ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଇଥାନ୍ତି ।
କୁଇଣ୍ଟାଲରୁ ଊର୍ଦ୍ଧ୍ବ ସୁନା ଅଳଙ୍କାରରେ ସଜେଇ ହେଲେ କାଳିଆ ସୁନା - bbsr
ଇସ୍କନରେ କୁଇଣ୍ଟାଲ ଉପରକୁ ସୁନା ପିନ୍ଧିଲେ କଳା ଠାକୁର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଅନ୍ୟପଟେ କୁହାଯାଏ ଯେ ଆଜିର ଦିନରେ ପ୍ରଭୁଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳିଥାଏ । ସେଥିପାଇଁ ଆଜି ଖାଲି ଯେ ବଡ଼ଦାଣ୍ଡ ସଜବାଜ ହୋଇଛି, ତାହା ନୁହେଁ ସାରା ଗାଁ ଠାରୁ ସବୁଠି ପ୍ରସ୍ତୁତି ଚାଲିଛି । ଠିକ ସେହିଭଳି ସ୍ମାର୍ଟସିଟି ଭୁବନେଶ୍ବର ବି ଏଠୁ ବାଦ ପଡିନି । ଆଜି ଭୁବନେଶ୍ବରସ୍ଥିତ ଇସ୍କନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଅନ୍ୟପଟେ ଇସ୍କନସ୍ଥିତ ତିନି ଠାକୁରଙ୍କୁ ଗୋଟିଏ କୁଇଣ୍ଟାଲରୁ ଅଧିକ ସୁନା ପିନ୍ଧାଯାଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ