ଓଡିଶା

odisha

ETV Bharat / state

ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ, ଅସ୍ତବ୍ୟସ୍ତ ଜନଜୀବନ

ସାରା ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ତେବେ ବୌଦ୍ଧ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ପାରଦ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ରହିଥିବାବେଳେ ମହାନଦୀରେ ମଧ୍ୟ ଜଳଧାରା ଶୁଖି ଯିବାକୁ ବସିଥିବାରୁ ଏନେଇ ଚିନ୍ତା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

By

Published : Mar 15, 2022, 10:34 PM IST

ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ , ଅସ୍ତବ୍ୟସ୍ତ ଜନଜୀବନ
ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ , ଅସ୍ତବ୍ୟସ୍ତ ଜନଜୀବନ

ବୌଦ୍ଧ: ସାରା ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ତେବେ ବୌଦ୍ଧ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ପାରଦ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ରହିଥିବାବେଳେ ମହାନଦୀରେ ମଧ୍ୟ ଜଳଧାରା ଶୁଖି ଯିବାକୁ ବସିଥିବାରୁ ଏନେଇ ଚିନ୍ତା ପ୍ରକାଶ ପାଇଛି ।

ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ , ଅସ୍ତବ୍ୟସ୍ତ ଜନଜୀବନ

ସେହିପରି ଦିନ ୧୧ଟା ବେଳକୁ ରାସ୍ତା ଘାଟ ଫାଙ୍କା ହୋଇଯାଉଛି । ମହାନଦୀ କୂଳରେ ଥିବା ବୌଦ୍ଧ ଜିଲ୍ଲାର ଗ୍ରାମ କଥା ଦୂରରେ ଥାଉ ବୌଦ୍ଧ ପୌରାଞ୍ଚଳରେ ମଧ୍ୟ ପାନୀୟଜଳର ସଙ୍କଟ ଦେଖାଦେଇଛି । ଥଣ୍ଡା ପାନୀୟଜଳ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଥିବାବେଳେ ମହାନଦୀର ଜଳଧାରା ଶୁଖିଗଲାଣି ।

ଫଳରେ ମଣିଷ ତ ମଣିଷ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଥଣ୍ଡା, ଲସି, ଲେମ୍ବୁ ପାଣି, ତରଭୁଜ ଭଳି ଦୋକାନରେ କିଛି ଲୋକଙ୍କୁ ଦେଖିବାକୁ ମିଳୁଥିବାବେଳେ ଦିନ ୧୧ଟା ସୁଦ୍ଧା ବଜାର ଖାଲି ହୋଇଯାଉଛି । ଏପଟେ ଜିଲ୍ଲାର କେତେକ ଜଙ୍ଗଲରେ ବନାଗ୍ନି ପୁଣିଥରେ ଚିନ୍ତା ବଢାଇବା ଆଶଙ୍କା ଥିବାରୁ ଖୋଦ ବନଖଣ୍ଡ ଅଧିକାରୀ ବିଭିନ୍ନ ଜଙ୍ଗଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details