ବୌଦ୍ଧ: ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଅଚାନକ ବୌଦ୍ଧ ଗସ୍ତ । କିପରି କୋଭିଡ ପରିଚାଳନା ହେଉଛି ସେନେଇ ଅନୁଧ୍ୟାନ କରିଛନ୍ତି ଅଧିକାରୀ । ଜିଲ୍ଲାର କୋଭିଡ ହେଲଥ ସେଣ୍ଟର ଓ କେୟାର ସେଣ୍ଟର ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା ମଧ୍ୟ କରିଥିଲେ ।
ସର୍କିଟ ହାଉସ ଠାରେ କୋଭିଡ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ । ଅତି ଅଳ୍ପ ସମୟରେ ବୌଦ୍ଧର ପୁରୁଣା ଜେଲକୁ କୋଭିଡ ହସ୍ପିଟାଲ ପରିଣତ କରାଯାଇଥିବାରୁ ଏହାକୁ ଯାଞ୍ଚ କରିଥିଲେ ଅଧିକାରୀ । ଆଗକୁ ଏ ଦିଗରେ ଆହୁରି କିଭଳି ବିକାଶ କରାଯିବ ସେନେଇ ମଧ୍ୟ ପରାମର୍ଶ ଦେଇଥିଲେ ।