ଓଡିଶା

odisha

By

Published : Apr 14, 2021, 2:18 PM IST

ETV Bharat / state

ଆଇଟିଆଇ କଲେଜରେ ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ଆଇଟିଆଇରେ ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ଧାରଣା । ଅଧ୍ୟକ୍ଷଙ୍କ ବଦଳି ଦାବିରେ କଲେ ବିକ୍ଷୋଭ । ଅଧିକ ପଢନ୍ତୁ...

students strike in boudh iti college
ଆଇଟିଆଇ କଲେଜରେ ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ବୌଦ୍ଧ: ଆଇଟିଆଇ କଲେଜରେ ଛାତ୍ର ଅଶାନ୍ତି । ଏନେଇ ବିଭିନ୍ନ ସମସ୍ୟା ନେଇ ଉତ୍ୟକ୍ତ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ଧାରଣାରେ ବସିଥିଲେ । ବୌଦ୍ଧ ଜିଲ୍ଲାର ଗୌଡଦେଇ ଠାରେ ଥିବା ଆଇଟିଆଇ କଲେଜରେ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କଲେଜରେ ପାନୀୟଜଳ ଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ସବୁଥିରେ ସମସ୍ୟା ଲାଗି ରହୁଛି । କଲେଜର ହଷ୍ଟେଲ ନଥିବାରୁ ପଲିଟେକନିକ ହଷ୍ଟେଲରେ ଛାତ୍ରଛାତ୍ରୀ ରହିବାକୁ ବାଧ୍ୟ ହେଉଛନ୍ତି ।

ଆଇଟିଆଇ କଲେଜରେ ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ଏପରି ସ୍ଥଳେ କଲେଜ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରି ଓଲଟା ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଆଜି( ବୁଧବାର) ଆଇଟିଆଇ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ବଦଳି ଦାବି କରି କଲେଜ ଗେଟରେ ତାଲା ପକାଇଥିଲେ । ବିକ୍ଷୋଭ ପ୍ରଦର୍ଶନ ସହ ଦିନ ତମାମ ଧାରଣାରେ ବସି ରହିଥିଲେ । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ABOUT THE AUTHOR

...view details