ବୌଦ୍ଧ: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଚାନକ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ପରିଦର୍ଶନ । ବୌଦ୍ଧ ଜିଲ୍ଲାକୁ ଅଚାନକ ଗସ୍ତ କରି ମୁଖ୍ୟ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ପରିଦର୍ଶନ କରିଛନ୍ତି ।
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଚାନକ ବୌଦ୍ଧ ଗସ୍ତ
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଚାନକ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ପରିଦର୍ଶନ । ବୌଦ୍ଧ ଜିଲ୍ଲାକୁ ଅଚାନକ ଗସ୍ତ କରି ମୁଖ୍ୟ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ତଦାରଖ କରିଛନ୍ତି ।
ଶନିବାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ ମିନତୀ ବେହେରା ପହଞ୍ଚି ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ଓ୍ବାନ ଷ୍ଟପ ସେଣ୍ଟରରେ ପହଞ୍ଚି ସେଠାକାର ସୁବିଧା ଅସୁବିଧା ପଚାରି ବୁଝିଥିଲେ ।କମିଶନଙ୍କ ଗସ୍ତର ସୁରାକ ପ୍ରଶାସନ ନିକଟରେ ନଥିବାରୁ କମିଶନ ଦୀର୍ଘ ସମୟ ଧରି ଦୁଇଟି ସ୍ଥାନରେ ଆଲୋଚନା କରିଥିଲେ । ଡାକ୍ତରଖାନାରେ ସ୍ବଚ୍ଛତା ନେଇ କମିଶନ ଖୁସି ପ୍ରକାଶ କରିଥିବାବେଳେ ଖୁସି ସେଣ୍ଟରର ଆନୁଷଙ୍ଗିକ ବ୍ୟବସ୍ଥା କିପରି ଆହୁରି ବୃଦ୍ଧି ପାଇବ ସେନେଇ କମିଶନ ଚେଷ୍ଟା କରିବେ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ