ଓଡିଶା

odisha

ETV Bharat / state

ସାର କଳାବଜାରୀ ତଦନ୍ତ ପାଇଁ ବୌଦ୍ଧରେ ପହଞ୍ଚିଲେ ରାଜ୍ୟ କୃଷି ଯୁଗ୍ମ ନିର୍ଦ୍ଦେଶକ - ସାର କଳାବଜାରୀ ତଦନ୍ତ ପାଇଁ ପହଞ୍ଚିଲେ ରାଜ୍ୟ କୃଷି ଯୁଗ୍ମ ନିର୍ଦ୍ଦେଶକ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତି ଓ ସାର ଡିଲର ଦୀର୍ଘ ମାସେ ହେଲା ୟୁରିଆ ସାର ପାଇଁ ଚାଷୀଙ୍କୁ ନୟାନ୍ତ କରିସାରିଲେଣି । ତେବେ ବାରମ୍ବାର ଅଭିଯୋଗ ପରେ ଆଜି ରାଜ୍ୟ କୃଷି ଯୁଗ୍ମ ନିର୍ଦ୍ଦେଶକ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ...

State Agriculture Director has arrived to investigate Fertilizer black marketing
ସାର କଳାବଜାରୀ ତଦନ୍ତ ପାଇଁ ପହଞ୍ଚିଲେ ରାଜ୍ୟ କୃଷି ଯୁଗ୍ମ ନିର୍ଦ୍ଦେଶକ

By

Published : Sep 24, 2020, 12:57 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତି ଓ ସାର ଡିଲର ଦୀର୍ଘ ମାସେ ହେଲା ୟୁରିଆ ସାର ପାଇଁ ଚାଷୀଙ୍କୁ ନୟାନ୍ତ କରିସାରିଲେଣି । କେଉଁଠାରେ ପ୍ୟାକ୍ସ ସମ୍ପାଦକ ଦୁର୍ନୀତି କରି ସାର ଗାୟବ କରିଦେଲାଣି ତ କେଉଁ ସାର ଡିଲର ରାତାରାତି ୟୁରିଆ କଳାବଜାରୀ କରି ବିକ୍ରି କରିଦେଲାଣି । ସେପଟେ ଅସହାୟ ଗରିବ ଚାଷୀ ଏଆରସିଏସ ଓ କୃଷି କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଥକି ଗଲେଣି ।

ସାର କଳାବଜାରୀ ତଦନ୍ତ ପାଇଁ ପହଞ୍ଚିଲେ ରାଜ୍ୟ କୃଷି ଯୁଗ୍ମ ନିର୍ଦ୍ଦେଶକ

ଦୀର୍ଘ ପ୍ରାୟ ମାସେ ହେଲା ଚାଷୀର ଏଭଳି କରୁଣ ଚିତ୍ରକୁ ନେଇ ଇଟିଭି ଭାରତରେ ବାରମ୍ବାର ଖବର ପ୍ରସାରଣ ପରେ ଆଜି ବୌଦ୍ଧରେ ରାଜ୍ୟ କୃଷି ଯୁଗ୍ମ ନିର୍ଦ୍ଦେଶକ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ । ସେ ବିଶେଷ ଭାବରେ ସମବାୟ ବିଭାଗ ଓ କୃଷି ବିଭାଗ ସହିତ ଜଡିତ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ କଡା ଚେତାବନୀ ଦେଇଥିଲେ ।

ଆଜି ରାଜ୍ୟ ଅଧିକାରୀଙ୍କୁ ଜିଲ୍ଲା କିଷାନ ସଂଘର କର୍ମକର୍ତ୍ତା ଭେଟି ଏନେଇ ଅଭିଯୋଗ କରିଥିଲେ । ତେବେ ଏ ସମ୍ପର୍କରେ ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଇଟିଭି ଭାରତକୁ ବିସ୍ତୃତ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details