ବୌଦ୍ଧ:କୋରୋନା ସଂକ୍ରମଣର ଭୟାବହତା ଯୋଗୁଁ ରାଜ୍ୟର କେତେକ ସହର ସଟଡାଉନ କରିଛନ୍ତି ସରକାର । କିନ୍ତୁ ଏବେବି ଲୋକେ ସଚେତନ ହେଉ ନାହାଁନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା କଟକଣା ଲୋକେ ମାନୁନଥିବା ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରବଳ ଭିଡ ଲାଗି ରହୁଥିବା ବେଳେ ବଜାର ଓ ବ୍ୟାଙ୍କ ଗୁଡିକରେ ମଧ୍ୟ ଗହଳି ଲାଗି ରହୁଥିବା ଦେଖିବାକୁ ମିଳିଛି । ଯେମିତି ମନେ ହେଉଛି ଲୋକେ ସାମାଜିକ ଦୂରତା କଥା ଭୁଲି ଯାଇଛନ୍ତି ।
ଡାକ୍ତରଖାନା ଓ ବ୍ୟାଙ୍କରେ ରହୁନାହିଁ ସାମାଜିକ ଦୂରତା - boudha lockdown
ସାମାଜିକ ଦୂରତା କଥା ଭୁଲି ଯାଉଛନ୍ତି ବୌଦ୍ଧବାସୀ । କୋରୋନା ସଂକ୍ରମଣ ବ୍ୟାପିବାର ରହିଛି ଅଧିକ ସମ୍ଭାବନା । ଅଧିକ ପଢନ୍ତୁ...
ଡାକ୍ତରଖାନା ଓ ବ୍ୟାଙ୍କରେ ରହୁନାହିଁ ସାମାଜିକ ଦୂରତା
ଫଳରେ କୋରୋନା ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । ଏ ନେଇ ବାରମ୍ବାର ବୌଦ୍ଧ ଜିଲ୍ଲାପାଳ ଓ କିଛି ସ୍ବେଚ୍ଛାସେବୀ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଆହ୍ବାନ ଦେଉଥିଲେ ମଧ୍ୟ ଅନେକ ସ୍ଥାନରେ ଲୋକେ ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ