ବୌଦ୍ଧ :ସମ୍ପୂର୍ଣ୍ଣ ମାନବୀୟ ଲୀଳାଖେଳାରେ ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ସମ୍ପନ୍ନ । କୋଭିଡ କଟକଣା ମଧ୍ୟରେ ଅତ୍ୟନ୍ତ ନିରାଡମ୍ବର ଭାବରେ ଶୀତଳ ଷଷ୍ଠୀ ସମାପନ ହୋଇଛି । ମର୍ତ୍ତ୍ୟ ମଣ୍ଡଳରେ ଦେବ ଦମ୍ପତିଙ୍କ ଅପୂର୍ବ ବିବାହ ଉତ୍ସବ ତଥା ଶୀତଳ ଷଷ୍ଠୀ ଯାତ୍ରା ସମ୍ପୂର୍ଣ୍ଣ ନିରାଡମ୍ବର ତଥା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ଆଜି ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ଅଳ୍ପ ଶ୍ରଦ୍ଧାଳୁଙ୍କ ଗହଣରେ ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।
ବୌଦ୍ଧରେ ଶୀତଳ ଷଷ୍ଠୀ, ସମ୍ପୂର୍ଣ୍ଣ ନିରାଡମ୍ବରରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ - sitala sasthi festival celibrated in boudha
ବୌଦ୍ଧରେ ସମ୍ପୂର୍ଣ୍ଣ ମାନବୀୟ ଲୀଳାଖେଳାରେ ଦେବଦେବ ମହାଦେବଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳିତ ହେଲା ଉତ୍ସବ । ଅଧିକ ପଢନ୍ତୁ...
ବୌଦ୍ଧ ସହରର ମହାନଦୀ କୂଳରେ ଥିବା ପ୍ରସିଦ୍ଧ ଶୈବପୀଠ ମାତଙ୍ଗେଶ୍ବର ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ନୀଳନଣ୍ଠ ବର ବେଶରେ ସୁସଜ୍ଜିତ ହୋଇ ମାତା ପାର୍ବତୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସମ୍ପୂର୍ଣ୍ଣ ମାନବୀୟ ଲୀଳାଖେଳାରେ ହର ପାର୍ବତୀଙ୍କ ବିବାହ ଉତ୍ସବ ପୂର୍ବରୁ ଅତ୍ୟନ୍ତ ଧୂମଧାମରେ ପାଳନ କରାଯାଉଥିବାବେଳେ କରୋନା ମହାମାରୀ ଯୋଗୁଁ ଗତବର୍ଷ ଓ ଚଳିତବର୍ଷ ସମସ୍ତ ଉତ୍ସବକୁ ବାତିଲ କରି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଠାକୁରଙ୍କ କେବଳ ବିବାହ ରୀତିନୀତି ଆୟୋଜନ କରାଯାଇଥିଲା । ବର ପିତାମାତା ଭାବରେ ଜୟ ନାରାୟଣ ମହାନ୍ତି ଓ ତାଙ୍କ ପତ୍ନୀ ଦାୟିତ୍ୱ ନେଇଥିବାବେଳେ କନ୍ୟା ପିତାମାତା ଭାବରେ ପ୍ରମିଳ ଦଲାଲ ଓ ତାଙ୍କ ପତ୍ନୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରଦ୍ଧାଳୁମାନେ ଦେବ ଦମ୍ପତିଙ୍କୁ ବିଶ୍ବରୁ କରୋନା ମହାମାରୀ ଦୂର ପାଇଁ ପ୍ରାର୍ଥନା କରିଥିଲ ବୌଦ୍ଧବାସୀ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ