ବୌଦ୍ଧ: କୋରୋନା ଆକ୍ରାନ୍ତଙ୍କ ପାଇଁ ସହାୟତାର ହାତ ବଢାଇଲେ ଅଟୋ ଚାଳକଙ୍କ ଦୁଇ ପୁଅ-ଝିଅ । ବୌଦ୍ଧର ସରସରା ବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଅଟୋ ଚାଳକଙ୍କ ଦୁଇ ପୁଅ-ଝିଅ ସାଇକେଲ କିଣିବା ପାଇଁ ସଞ୍ଚିତ କରୁଥିବା ଅର୍ଥକୁ ଜିଲ୍ଲାପାଳଙ୍କୁ ଦାନ କରିଛନ୍ତି । ସେହିପରି ଜହ୍ନାପଙ୍କ ଗାଁର ଜଣେ ମହିଳା ଚୈତ୍ର ମାସରେ ପ୍ରତ୍ୟେକ ବର୍ଷ ପୂଜାର୍ଚ୍ଚନାରେ କରୁଥିବା ଖର୍ଚ୍ଚର ସମସ୍ତ ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।
କୋରୋନା ଲଢେଇ: ସହାୟତାର ହାତ ବଢାଇଲେ ଅଟୋ ଚାଳକଙ୍କ ପୁଅ-ଝିଅ - ସାଇକେଲ କିଣିବା ପାଇଁ ସଞ୍ଚିଥିବା ଅର୍ଥକୁ କଲେ ଦାନ
କୋରୋନା ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଲେ ଅଟୋ ଚାଳକଙ୍କ ଦୁଇ ପୁଅ-ଝିଅ । ସାଇକେଲ କିଣିବା ପାଇଁ ସଞ୍ଚିଥିବା ଅର୍ଥକୁ କଲେ ଦାନ । ଅଧିକ ପଢନ୍ତୁ....
କୋରୋନା ପାଇଁ ସହାୟତାର ହାତ ବଢାଇଲେ ଅଟୋ ଚାଳକଙ୍କ ଦୁଇ ପୁଅଝିଅ
ଅନ୍ୟପଟେ, ବରିଷ୍ଠ ଆଇନଜୀବୀ ଅଚ୍ୟୁତାନନ୍ଦ ମିଶ୍ର ଓ ବିଭିନ୍ନ ଅନୁଷ୍ଠାନ ଏହି ବିପତ୍ତି ସମୟରେ ସହାୟତାର ହାତ ବଢାଇଛନ୍ତି । ସେପଟେ ଏସବିଆଇ ପକ୍ଷରୁ ବୌଦ୍ଧ ପୋଲିସ କର୍ମଚାରୀଙ୍କୁ ଛତା ବଣ୍ଟନ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
TAGGED:
boudha lock down