ଓଡିଶା

odisha

ETV Bharat / state

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ଦର୍ଶନ କଲେ ମନ୍ତ୍ରୀ ଓ ସାଂସଦ

Shree Jagannath Leela Mahotshav:ବୌଦ୍ଧରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି 'ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ' । ଏହି ଆଧ୍ୟାତ୍ମିକ ମହୋତ୍ସବକୁ ଦର୍ଶନ କଲେ ମନ୍ତ୍ରୀ ଓ ସାଂସଦ । ଅଧିକ ପଢନ୍ତୁ

Shree Jagannath Leela Mahotshav
Shree Jagannath Leela Mahotshav

By ETV Bharat Odisha Team

Published : Dec 26, 2023, 9:11 AM IST

ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ମହୋତ୍ସବ । ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ୩୨ ବେଶ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଦୁର୍ଲଭ ୩୨ ବେଶ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ତେବେ ଗତକାଲି ଏହି ଆଧ୍ୟାତ୍ମିକ ମହୋତ୍ସବ ତଥା ବଡ଼ ଠାକୁରଙ୍କ ୩୨ ବେଶ ଦର୍ଶନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ୩ଟି ବ୍ଲକରେ ବୈଷ୍ଣବ ସଂସ୍କୃତି ଦେଖିବାକୁ ମିଳେ । ଜିଲ୍ଲା ସଦରମହକୁମା ଠାରେ ରହିଛି ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ମନ୍ଦିର । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଛି ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ । ତେବେ ଏହି ଲୀଳା ମହୋତ୍ସବ ଅବସରରେ ଠାକୁରଙ୍କ ୩୨ ବେଶ ସହିତ ସ୍ବତନ୍ତ୍ର ଆନନ୍ଦ ବଜାର, ଶ୍ରୀଜଗନ୍ନାଥ କଥାମୃତ ଭଳି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବୈଷ୍ଣବ ସଂସ୍କୃତିର ଅନନ୍ୟ ପୀଠ ଗଡ଼ଜାତ ଜିଲ୍ଲା ବୌଦ୍ଧ । ବୌଦ୍ଧରେ ପୂର୍ବରୁ ଭଞ୍ଜ ବଂଶର ଶାସକଙ୍କ ଦ୍ୱାରା ଶାସିତ ହେଉଥିଲା । ଏହି ଶାସକଗଣ ପରମ ବୈଷ୍ଣବ ଭାବରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନା କରୁଥିଲେ । ବିଶେଷ ଭାବରେ ଗନ୍ଧରାଡ଼ିର ହରିହର ମନ୍ଦିର ଅଦ୍ୟାବଧି ଅତୀତର ମୂକ ସାକ୍ଷୀ ହୋଇ ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ତଥା ପୀଠ ପ୍ରାଚୀନ କାଳରୁ ପ୍ରତିଷ୍ଠା କରାଯାଇଥିବା ବେଳେ ବୌଦ୍ଧ ସଦର ମହକୁମା ଠାରେ ଗଡଖାଇ ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ 'ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ', ସୃଷ୍ଟି କରୁଛି ଶ୍ରୀକ୍ଷେତ୍ରର ଭ୍ରମ

ଏଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହଗୁଡ଼ିକ ଚନ୍ଦନ କାଠରେ ନିର୍ମାଣ ହୋଇଥିବା ବେଳେ ବର୍ଷ ତମାମ ଏଠାରେ ଶ୍ରୀମନ୍ଦିର ଅନୁକରଣରେ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ବର୍ତ୍ତମାନ ବୌଦ୍ଧ ଠାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ମହୋତ୍ସବ । ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ୩୨ ବେଶ ଦର୍ଶନ ବ୍ୟବସ୍ଥା ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଆୟୋଜନ କରାଯାଇଛି । ଏହାଛଡା ଶ୍ରୀକ୍ଷେତ୍ର ଶୈଳୀରେ ଆନନ୍ଦ ବଜାର ସ୍ଥାପନ ପୂର୍ବକ ବଡ଼ ଠାକୁରଙ୍କ ପ୍ରିୟ ଭୋଗ ଓ ଟଙ୍କ ତୋରାଣି ଶ୍ରଦ୍ଧାଳୁମାନେ ପାଇପାରୁଛନ୍ତି । ବଡ଼ ଠାକୁରଙ୍କ ୩୨ବେଶ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ସଂଧ୍ୟାରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ବଉଦ ଜିଲ୍ଲା ତଥା ଆଖପାଖ ଜିଲ୍ଲାରୁ ପହଞ୍ଚୁଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details