ଓଡିଶା

odisha

ETV Bharat / state

ଶଙ୍ଖ ଛାଡିବେ ରାଜ୍ୟ ବୟନିକା ସଭାପତି ଶେଷଦେବ ମେହେର

ବିଜେଡିର ଆଉ ଜଣେ ହେଭିଓ୍ବେଟ ନେତା ଦଳ  ଛାଡିବେ ବୋଲି ଚର୍ଚ୍ଚା ଚାଲିଛି ।  ସେ ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ରାଜ୍ୟ ବୟନିକା ସଭାପତି ଶେଷଦେବ ମେହେର । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ତେବେ ଦଳ ଛାଡି ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ନାହିଁ ବରଂ ସ୍ବାଧୀନ ପ୍ରାର୍ଥୀ  ହୋଇ ଲଢିବେ  ।

By

Published : Mar 23, 2019, 12:10 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବାଜି ଯାଇଛି ନିର୍ବାଚନ ଘଣ୍ଟି । ଏହା ସହିତ ଆରମ୍ଭ ହୋଇଯାଇଛି ଦଳ ଅଦଳବଦଳ ନୀତି । ଏହି କ୍ରମରେ ବିଜେଡିର ଆଉ ଜଣେ ହେଭିଓ୍ବେଟ ନେତା ଦଳ ଛାଡିବେ ବୋଲି ଜଣା ପଡିଛି । ସେ ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ରାଜ୍ୟ ବୟନିକା ସଭାପତି ଶେଷଦେବ ମେହେର । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ତେବେ ଦଳ ଛାଡି ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ନାହିଁ ବରଂ ସ୍ବାଧୀନ ପ୍ରାର୍ଥୀ ହୋଇ ଲଢିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ମୁତାବକ, କଣ୍ଟାମାଳ ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ବିଜେଡି ସହ ଜଡିତ ଅନେକ ନେତା ମିଳିତ ଭାବେ ଏହାକୁ ବିରୋଧ କରିଛନ୍ତି । ଏହା ସହିତ ଶ୍ରୀ ମେହେରଙ୍କୁ ସ୍ବାଧୀନ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର କଣ୍ଟାମାଳରେ ବିଜେଡିର ଏକ ବିଦ୍ରୋହୀ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିବା ପରେ ବୁଧବାର ଏନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି ।

ଶ୍ରୀ ମେହେର ପ୍ରଥମେ ମାଟି ଓ ପରେ ପାର୍ଟି ନ୍ୟାୟରେ କଣ୍ଟାମାଳ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ହୋଇଛି । ଓକିଲ ସଂଘର ସଭାପତି, କେତେକ ସଂଗଠନ,ବର୍ତ୍ତମାନ ତଥା ପୂର୍ବତନ କେତେକ ନିର୍ବାଚିତ ପ୍ରତିନିଧି ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଏହାକୁ ସମର୍ଥନ ଜଣାଇଛନ୍ତି ।

ଅନ୍ୟ ପକ୍ଷରେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ସିପିଆଇ ମେଣ୍ଟକୁ କଂଗ୍ରେସ କର୍ମୀମାନେ ଖୋଲାଖୋଲି ଭାବରେ ବିରୋଧ କରିଛନ୍ତି । ଏନେଇ ବୁଧବାର କଂଗ୍ରେସ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣା ପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ନ୍ୟୁଜ

ABOUT THE AUTHOR

...view details