ଓଡିଶା

odisha

ETV Bharat / state

ଗଛରେ ପିଟିହେଲା ଯାତ୍ରୀବାହୀ ବସ, 18 ଆହତ

ଭାରସାମ୍ୟ ହରାଇ ବାସୁଦେବପଲ୍ଲୀଠାରେ ଗଛରେ ପିଟିହେଲା ଯାତ୍ରୀବାହୀ ବସ ‘ସୁଜନ’ । ଦୁର୍ଘଟଣାରେ 12 ଆହାତ, 6 ଗୁରୁତର ହୋଇଥିବା ସୂଚନା ।

By

Published : May 26, 2019, 9:51 AM IST

Updated : May 26, 2019, 11:32 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଭୁବନେଶ୍ବରରୁ ବଲାଙ୍ଗୀର ଯାଉଥିବା ଯାତ୍ରୀବାହୀ ବସ 'ସୁଜନ' ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ବାସୁଦେବପଲ୍ଲୀ ଠାରେ ଏକ ଗଛ ସହ ପିଟି ହୋଇଛି ବସ୍ । ଫଳରେ ସମୁଦାୟ 18 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସମସ୍ତ ଆହତମାନଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବସ ଚାଳକ ଅତ୍ୟଧିକ ଗୁରୁତର ହୋଇଛନ୍ତି । ଅନ୍ୟ ଆହତ ଯାତ୍ରୀମାନେ ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : May 26, 2019, 11:32 AM IST

For All Latest Updates

ABOUT THE AUTHOR

...view details