ଓଡିଶା

odisha

ETV Bharat / state

ଜଙ୍ଗଲରେ ଠାବ ହେଲା ଗୁପ୍ତ ସୁଡଙ୍ଗ, ରାଜତନ୍ତ୍ର ସମୟରେ ହେଉଥିଲା ବ୍ୟବହାର !

Tunnel Found In Forest: କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଛି ଏକ ସୁଡ଼ଙ୍ଗ । ରାଜତନ୍ତ୍ର ଶାସନ କାଳରେ ବ୍ୟବହୃତ ହେଉଥିବା ସନ୍ଦେହ କରାଯାଉଛି । ଏହି ସୁଡ଼ଙ୍ଗ ନୟାଗଡ ଓ ଖଣ୍ଡପଡ଼ାକୁ ସଂଯୋଗ କରୁଥିବା କହିଛନ୍ତି ଲୋକେ । ଅଧିକ ପଢନ୍ତୁ

ରାଜତନ୍ତ୍ରର ଗୁପ୍ତ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା
ରାଜତନ୍ତ୍ରର ଗୁପ୍ତ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା

By ETV Bharat Odisha Team

Published : Jan 11, 2024, 5:53 PM IST

ରାଜତନ୍ତ୍ରର ଗୁପ୍ତ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା

ବୌଦ୍ଧ: ଅଭୟାରଣ୍ୟ ମଧ୍ୟରେ ରହସ୍ୟମୟ ଗୁପ୍ତ ସୁଡ଼ଙ୍ଗ ଠାବ । ରାଜତନ୍ତ୍ର ଶାସନ କାଳରେ ବ୍ୟବହୃତ ପ୍ରାଚୀନ ଜଗନ୍ନାଥ ସଡକ ନିକଟରେ ଏହି ରହସ୍ୟମୟ ଗୁପ୍ତ ସୁଡ଼ଙ୍ଗ ରହଥିବା ସାମ୍ନାକୁ ଆସିଛି । ବୌଦ୍ଧ ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଛି ଏହି ସୁଡ଼ଙ୍ଗ । ଏହାର ଅପର ପାର୍ଶ୍ବରେ ରହିଛି ପଦ୍ମତୋଳା ପୁଷ୍କରିଣୀ । ରାଜତନ୍ତ୍ର ଶାସନ କାଳରେ ବ୍ୟବହୃତ ପ୍ରାଚୀନ ଜଗନ୍ନାଥ ସଡକ କଡ଼ ପାଖରେ ଥିବା ଏହି ସୁଡ଼ଙ୍ଗକୁ ନେଇ ଅନେକ ଲୋକକଥା ଶୁଣିବାକୁ ମିଳିଛି ।

ଗଡ଼ଜାତ ଶାସନ କାଳରେ ମଧ୍ୟ ଭାରତରୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ଲମ୍ବି ରହିଥିବା ପ୍ରାଚୀନ ଜଗନ୍ନାଥ ସଡକ ବୌଦ୍ଧ ଜିଲ୍ଲା ଦେଇ ସର୍ବାଧିକ ପଥ ରହିଥିଲା । ତେବେ ପରବର୍ତ୍ତିତ ସମୟରେ ତଥା ଅନ୍ୟାନ୍ୟ ସଡକ ପଥ ନିର୍ମାଣ ପରେ ଏହି ଜଗନ୍ନାଥ ସଡକର କମ୍ ବ୍ୟବହାର ହୋଇଥିଲା । ଏହାଛଡା ମହାନଦୀର ଉଭୟ ପାର୍ଶ୍ବର ଜୈବ ବିବିଧତା ତଥା ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ଅଞ୍ଚଳକୁ ସରକାର ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରିଥିଲେ । ଏଠାରେ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ, ସାତକୋଶିଆ କୁମ୍ଭୀର ପ୍ରଜନନ କେନ୍ଦ୍ର, ମହାନଦୀ ବ୍ୟାଘ୍ର ପ୍ରକଳ୍ପ ଭଳି ବିଭିନ୍ନ ପ୍ରାଣୀଙ୍କ ପାଇଁ କୋର ଏରିଆ ସଂରକ୍ଷିତ ରହିଛି ।

ତେବେ ଶୀତଳ ପାଣି ନିଷିଦ୍ଧାଞ୍ଚଳ ଗେଟ୍ ଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ମହାନଦୀ କୂଳରେ ଥିବା ସୁନାଖଣିଆ ପାହାଡ଼ରେ ରହିଛି ଏକ ପଥରର ସୁଡ଼ଙ୍ଗ । ଏହି ଅଞ୍ଚଳକୁ ସାଧାରଣ ଲୋକଙ୍କ ପ୍ରବେଶ ନଥିବାରୁ ଏହି ସୁଡ଼ଙ୍ଗ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । କିଛି ସ୍ଥାନୀୟ ଲୋକେ ଏହି ରହସ୍ୟମୟ ଗୁପ୍ତ ସୁଡ଼ଙ୍ଗ ସମ୍ପର୍କରେ ବନ୍ୟପ୍ରାଣୀ ଅଧିକାରୀ, ଜିଲ୍ଲାପାଳଙ୍କୁ ସୂଚନା ଦେବା ପରେ ଏହି ସୁଡ଼ଙ୍ଗ ସମ୍ପର୍କରେ ସୂଚନା ମିଳିଥିଲା । ଗତ କିଛି ଦିନ ପୂର୍ବରୁ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଉକ୍ତ ରହସ୍ୟମୟ ଗୁପ୍ତ ସୁଡ଼ଙ୍ଗ ସମ୍ପର୍କରେ ସୂଚନା ପାଇ ଏହାର କିଭଳି ବିକାଶ ହେବ ସେନେଇ ପ୍ରଚେଷ୍ଟା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ମାଲକାନଗିରିରେ ପକ୍ଷୀ ଗଣନା ଶେଷ; ୫୫ ପ୍ରଜାତିର ପକ୍ଷୀ ଠାବ

ଏହି ରହସ୍ୟମୟ ଗୁପ୍ତ ସୁଡ଼ଙ୍ଗ ସମ୍ପର୍କରେ କେତେକ ଏହାକୁ ବୌଦ୍ଧ ରାଜାଙ୍କ ଗୁପ୍ତ ସ୍ଥାନ ବୋଲି କହୁଥିବା ବେଳେ ଆଉ କେତେକ ଏହି ସୁଡ଼ଙ୍ଗ ସୁଦୂର ନୟାଗଡ ଓ ଖଣ୍ଡପଡ଼ାକୁ ସଂଯୋଗ କରୁଥିବା କହିଛନ୍ତି । ଏହି ଗୁପ୍ତ ସୁଡ଼ଙ୍ଗର ଅପର ପାର୍ଶ୍ୱରେ ରହିଛି ପଦ୍ମତୋଳା ପୁଷ୍କରିଣୀ ।ଏହାର ନିକଟରେ ରାଜତନ୍ତ୍ର ଶାସନ କାଳରେ ଅନେକ ହାତୀଙ୍କୁ ହାତୀଖେଦା ମାଧ୍ୟମରେ ଧରାଯାଉଥିବା ଇତିହାସ ପୃଷ୍ଠାରେ ରହିଛି । ତେବେ ବର୍ତ୍ତମାନ ଏହି ରହସ୍ୟମୟ ଗୁପ୍ତ ସୁଡ଼ଙ୍ଗ ସମ୍ପର୍କରେ ଅଧିକ ଗବେଷଣା କରାଗଲେ ଅନେକ ତଥ୍ୟ ଲୋକଲୋଚନାକୁ ଆସି ପାରିବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details