ଓଡିଶା

odisha

By

Published : Jan 22, 2022, 2:30 PM IST

ETV Bharat / state

ବୌଦ୍ଧ ଜିଲ୍ଲାରେ ବେଧଡକ ଚାଲିଛି ବାଲିଚୋରି

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଛି ବାଲି ଚୋରାଚାଲାଣ ମାମଲା । ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ସମେତ ତେଲନଦୀ, ବାଘନଦୀ, ସାଲୁଙ୍କୀ ଭଳି ଅନେକ ନଦୀନାଳରୁ ହେଉଛି କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ ବେଧଡକ ଚାଲିଛି ବାଲିଚୋରି
ବୌଦ୍ଧ ଜିଲ୍ଲାରେ ବେଧଡକ ଚାଲିଛି ବାଲିଚୋରି

ବୌଦ୍ଧ:ଜିଲ୍ଲାରେ ଦିନକୁ ଦିନ ବାଲି ମାଫିଆଙ୍କ ରାଜ ବଢ଼ିବାରେ ଲାଗିଛି । ଏପରିକି ଦିନ ଦ୍ବିପ୍ରହରେ ଖୁଲମଖୁଲା ବାଲିଘାଟରୁ ବାଲି ଚାଲାଣ କରାଯାଉଛି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ସମେତ ତେଲନଦୀ, ବାଘନଦୀ, ସାଲୁଙ୍କୀ ଭଳି ଅନେକ ନଦୀନାଳରୁ ହେଉଛି ଲୁଟ । କୋଟି କୋଟି ଟଙ୍କାର ରାଜ୍ୟ ରାଜସ୍ବ ହରାଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାରେ ବେଧଡକ ଚାଲିଛି ବାଲିଚୋରି

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅଧିନରେ ଥିବା ନଦୀନାଳରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ରାଜସ୍ୱ ବିଭାଗ ପକ୍ଷରୁ କେତୋଟି ନିର୍ଦ୍ଦିଷ୍ଟ ବାଲିଘାଟକୁ ନିଲାମ ଦିଆଯାଇଛି। କିନ୍ତୁ ଅଧିକାଂଶ ବାଲିଘାଟ ମାଫିଆ ମାନଙ୍କ କବ୍ଜାରେ ରହିବା ସହିତ ଏହି ଲୁଟ ପଛରେ ଏକ ବଡ ଧରଣର ନେଟୱର୍କ କାମ କରୁଛି । ଯେଉଁ କାର୍ଯ୍ୟରେ କିଛି ସ୍ଥାନୀୟ ଲୋକେ ଓ ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିହା ନେଇ ଚର୍ଚ୍ଚା ହେଉଛି । ସମୟ ସମୟରେ ପୋଲିସ ଚଢାଉ କରି ବେଆଇନ ବାଲି ଚୋରା ଚାଲାଣ ଉପରେ ଫାଇନ ପକାଯାଉଛି ।

ସେପଟେ ଜିଲ୍ଲାର ବିଭିନ୍ନ ନିର୍ମାଣ ପ୍ରକଳ୍ପ କାର୍ଯ୍ୟରେ ବାଲି ବ୍ୟବହାର ଦର୍ଶାଇ ବ୍ୟାପକ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତି ଯଦି ଜାରି ରହେ ତେବେ ଆଗାମୀ ଦିନରେ ଏକ ବଡ ଧରଣର ବନ୍ୟାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଏହି ବାଲିି ମାଫିଆଙ୍କୁ ଧରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍କ୍ବାର୍ଡ ଗଠନ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details