ଓଡିଶା

odisha

ETV Bharat / state

ଚିଟଫଣ୍ଡ ଟଙ୍କା ଫେରିବା ଆଶାରେ ନୟାନ୍ତ ହେଲେଣି ଜିତ - byte

ରୋଜଭେଲି ଚିଟ ଫଣ୍ଡ ଟଙ୍କା ଫେରିବା ଆଶାରେ ନୟାନ୍ତ ହେଲେଣି ଜମାକାରୀ । ବାରମ୍ବାର ଟଙ୍କା ପାଇଁ ନେହୁରା ହେଉଥିଲେ ସୁଦ୍ଧା ମିଳୁନି ସୁଫଳ । ଅଧିକ ସୂଚନା ପାଇଁ ପଢନ୍ତୁ ...

rose velly cheatfund cheating with investor in Boudh
ଜିତ ଙ୍କୁ କେବେ ମିଳିବ ରୋଜଭେଲି ଚିଟଫଣ୍ଡ ଟଙ୍କା ।

By

Published : Feb 29, 2020, 4:55 AM IST

ବୌଦ୍ଧ: ରୋଜଭେଲି ଚିଟ ଫଣ୍ଡ ଟଙ୍କା ଫେରି ପାଇବା ଆଶାରେ ନୟାନ୍ତ ହେଲେଣି ଜମାକରୀ ଜିତ ଭୋଇ । ଜମା ଟଙ୍କା ଫେରି ପାଇବା ପାଇଁ ବାରମ୍ବାର ନେହୁରା ହେଉଥିଲେ ସୁଦ୍ଧା ମିଳୁନି ସୁଫଳ । ଦଶ ବର୍ଷରେ ଟଙ୍କା ପାଞ୍ଚ ଗୁଣ ବୃଦ୍ଧିର ପ୍ରଲୋଭିତ ହୋଇ ରୋଜଭେଲିରେ ଟଙ୍କା ଜମା କରିଥିଲେ ମନମୁଣ୍ଡା ଥାନା ଅନ୍ତର୍ଗତ ମହୁଲବାହାଲୀ ଗ୍ରାମର ଜମାକାରୀ ଜିତ ଭୋଇ । ଟଙ୍କା ଫେରସ୍ତ ପାଇଁ ବାରବାର ନେହୁରା ହେଇଛନ୍ତି ବିଭିନ୍ନ ସରକାରୀ ଅଫିସରେ ହେଲେ ଏବେ ଆଶାରେ ହିଁ ଦିନ ଗଣୁଛନ୍ତି ସେ ।

ଜିତ ଙ୍କୁ କେବେ ମିଳିବ ରୋଜଭେଲି ଚିଟଫଣ୍ଡ ଟଙ୍କା ।

ସରକାରୀ ନିୟମ ମୁତାବକ ଚିଟଫଣ୍ଡ ରେ ଅର୍ଥ ବିନିଯୋଗ କରିଥିବା ଅନେକ ଲୋକଙ୍କୁ ଟଙ୍କା ଫେରସ୍ତ କରାଯାଇଛି । କିନ୍ତୁ ଜିତ ଭୋଇ ଏବେବି କମ୍ପାନୀର ବଣ୍ଡ ଓ ଅନ୍ୟ କାଗଜପତ୍ର ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଦୌଡୁଛନ୍ତି । ସୂଚନା ମୁତାବକ ଜିତ ମନମୁଣ୍ଡା ଅଞ୍ଚଳର ଜଣେ ଏଜେଣ୍ଟଙ୍କ କଥାରେ ପଡି ରୋଜଭେଲି ନାମକ କମ୍ପାନୀରେ ଦଶ ହଜାର ଟଙ୍କା ଜମା କରିଥିଲେ । ଦଶ ବର୍ଷରେ ତାଙ୍କୁ ସମୁଦାୟ ପଚାଶ ହଜାର ଟଙ୍କା ଫେରସ୍ତ ନିମନ୍ତେ ବଣ୍ଡ୍‌ରେ ଉଲ୍ଲେଖ ରହିଥିଲା । କିନ୍ତୁ ଏହି ଠକ ଚିଟଫଣ୍ଡ କମ୍ପାନୀ ଲୋକଙ୍କୁ ଠକିବାରୁ ଶେଷରେ କଳା ତାଲିକା ଭୁକ୍ତ ହେଲା । ମନମୁଣ୍ଡା ଅଞ୍ଚଳର ଅନେକ ଲୋକଙ୍କୁ ତାଙ୍କ ପ୍ରାପ୍ୟ ସରକାରୀ ନିୟମ ଅନୁଯାୟୀ ପ୍ରଦାନ କରାଯାଇଥିବା ବେଳେ ଜିତ ଓ ଆଉ ଜଣେ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଟଙ୍କା ଫେରି ପାଇ ପାରିନାହାନ୍ତି ।

ଏନେଇ କଣ୍ଟାମାଳ ବ୍ଲକ ଓ ତହସିଲ କାର୍ଯ୍ୟାଳୟ କୁ ଦୌଡିଦୌଡି ଜିତ ନୟାନ୍ତ ହେଲେଣି । ଧାର କରଜରେ ବୁଡି ରହିଥିବା ଜିତ ବୌଦ୍ଧ ଶେଷ ଆଶା ରଖିଛନ୍ତି ଜିଲ୍ଲାପାଳଙ୍କ ନିକଟରେ । ଟଙ୍କା ଫେରି ନପାଇଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଜିତ ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ABOUT THE AUTHOR

...view details