ଓଡିଶା

odisha

ETV Bharat / state

ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ - boudha plantation

ବୌଦ୍ଧ ଜିଲ୍ଲାରେ ଫେଲ୍ ମାରିଛି ପଥପ୍ରାପ୍ତ ବନୀକରଣ ଯୋଜନା । ବନୀକରଣ ନାଁରେ କୋଟି କୋଟି ଅର୍ଥ ଖର୍ଚ୍ଚ ହୋଇଥିବାବେଳେ ରାସ୍ତାକଡରେ ନାହିଁ ଗୋଟିଏ ଗଛ । ଅଧିକ ପଢନ୍ତୁ...

ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ
ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ

By

Published : Sep 25, 2021, 12:52 PM IST

ବୌଦ୍ଧ:ବନୀକରଣ ନାଁରେ ଖର୍ଚ୍ଚ ହୋଇଛି କୋଟି କୋଟି ଅର୍ଥ । ହେଲେ ରାସ୍ତାକଡରେ ଗୋଟିଏ ବି ଗଛ ନାହିଁ । ବୌଦ୍ଧ ଜିଲ୍ଲାରେ କିଛି ଏଭଳି ରହିଛି ପଥପ୍ରାପ୍ତ ବନୀକରଣ ଯୋଜନାର ଚିତ୍ର । ପାଞ୍ଚଟି ବନାଞ୍ଚଳର ଅନେକ ସ୍ଥାନରେ ଆଦୌ ଗଛ ନଥିବା ବେଳେ ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତେଣୁ ଜିଲ୍ଲାରେ ବନୀକରଣ ଯୋଜନା ଓ ଗ୍ରୀନ ମହାନଦୀ ମିଶନ ଫେଲ୍ ମାରିଥିବା ଅଭିଯୋଗ ହୋଇଛି ।

ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ
ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ

ବୌଦ୍ଧ ଜଙ୍ଗଲ ବିଭାଗ ଅଧିନରେ ପାଞ୍ଚଟି ବନାଞ୍ଚଳର ଅନେକ ସ୍ଥାନରେ ପଥପ୍ରାନ୍ତ ବନୀକରଣ କରାଯାଇଛି । କେତେକ ସ୍ଥାନରେ ଏହା ସଫଳ ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ଜଙ୍ଗଲ କର୍ମଚାରୀଙ୍କ ଅବହେଳାରୁ ତାହା ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା କୁହାଯାଉଛି । ପୁରୁଣାକଟକ ବନାଞ୍ଚଳର ଲୁଣିବାହାଲ ଠାରେ ଏଭଳି ଦୃଶ୍ୟ ଏକ ଉଦାହରଣ ମାତ୍ର । ଜିଲ୍ଲାର ମାଧପୁର, ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଳ ବନାଞ୍ଚଳର ଅନେକ ସ୍ଥାନରେ ମଧ୍ୟ ଏହି ଯୋଜନା ଫେଲ ମାରିଛି । ତେବେ ଜଣେ ପୂର୍ବତନ ଜଙ୍ଗଲ ଅଧିକାରୀଙ୍କ ଯୋଗୁଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅବକ୍ଷୟ ସହିତ ବନୀକରଣ ଓ ଗ୍ରୀନ ମହାନଦୀ ମିଶନ ଫେଲ ମାରିଥିବା ଚର୍ଚ୍ଚା ହେଉଛି ।

ସେପଟେ କଣ୍ଟାମାଳ ଓ ମନମୁଣ୍ଡା ବନାଞ୍ଚଳରେ ଏନଆରଇଜିଏ କାର୍ଯ୍ୟ ଓ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଜଙ୍ଗଲ ବିଭାଗ ଭଲ ରାସ୍ତା ଖଣ୍ଡେ ତିଆରି ନାଁରେ ବର୍ଷ ବର୍ଷ ଧରି ଅର୍ଥ ଲୁଟ୍ କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details