ଓଡିଶା

odisha

ETV Bharat / state

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ, ବିପଦରେ ବାଟୋଇ

ଶୋଚନୀୟ ଅବସ୍ଥାରେ ପଡିରହିଛି ବୌଦ୍ଧ ପୌରପରିଷଦ ଓ ମୁର୍ଷୁଣ୍ଢି ପଞ୍ଚାୟତ ରାସ୍ତା । ଏହି ରାସ୍ତାରେ ବାରମ୍ବାର ପଡି ସାଧାରଣ ଲୋକ ଦୁର୍ଘଟଣାଗ୍ରସ୍ତ ହେଉଥିଲେ ବି ପଞ୍ଚାୟତ କତ୍ତୃପକ୍ଷ ମାଟି ମୋରମ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରିବା ଯୋଜନାରେ ରହୁଛନ୍ତି ।

By

Published : Jul 8, 2019, 5:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି ବୌଦ୍ଧ ପୌରପରିଷଦ ଓ ମୁର୍ଷୁଣ୍ଢି ପଞ୍ଚାୟତ ରାସ୍ତା । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ସ୍କୁଲ ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଯାତାୟତ କରୁଥିବା ବେଳେ ବର୍ଷା ଦିନରେ ରାସ୍ତାର ଅବସ୍ଥା ଶୋଚନୀୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ତେବେ ଜାତୀୟ ରାଜପଥ ୫୭ ଠାରୁ ମାତ୍ର ୨୦୦ ମିଟର ରାସ୍ତାରେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟୟଅଟକଳରେ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ତାହା ଏବେ ପାଣିରେ ପଡିଲା ଭଳି ମନେହେଉଛି । ଏବେ ଉକ୍ତ ରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିଛି ।

ଖବର ଅନୁଯାୟୀ, ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତର ଠିକ ଆରମ୍ଭରେ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଓ ସ୍କୁଲ । ରାସ୍ତାରେ କେନ୍ଦୁପତ୍ର ବିଭାଗ, ଯୋଗାଣ ବିଭାଗର ଗୋଦାମ, ଟୁଟୁସିଙ୍ଗା ହାଇସ୍କୁଲ, ଲେପର୍ସି ଗୃହ,ସ୍ବାସ୍ଥ୍ୟ କର୍ମଚାରୀଙ୍କ କ୍ବାର୍ଟର ଆଦି ରହିଥିଲେ ମଧ୍ୟ ରାସ୍ତାକୁ ନେଇ ରାଜନୀତି ଜୋର ହେଉଥିବା ଚର୍ଚ୍ଚା ହେଉଛି ।

ତେବେ ସ୍କୁଲ ପିଲା ଏହି ରାସ୍ତାରେ ବାରମ୍ବାର ପଡି ଦୁର୍ଘଟଣାଗ୍ରସ୍ତ ହେଉଥିଲେ ବି ପଞ୍ଚାୟତ କତ୍ତୃପକ୍ଷ ମାଟି ମୋରମ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରିବା ଯୋଜନାରେ ରହୁଛନ୍ତି । ଏହି ରାସ୍ତା ବିଷୟରେ ଅଭିଯୋଗ ପରେ ଇଟିଭି ଭାରତ ପକ୍ଷରୁ ସ୍ଥାନୀୟ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ ଏସମ୍ପର୍କରେ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details