ଓଡିଶା

odisha

By

Published : Nov 30, 2019, 11:14 PM IST

ETV Bharat / state

ସରୁନି କାମ, ମରଣଯନ୍ତା ପାଲଟିଛି ରାଜପଥ

ସରିଲାଣି ରାସ୍ତା ନିର୍ମାଣର ଅବଧି । ତଥାପି ଆଗେଇ ପାରୁନି ନିର୍ମାଣ କାମ । ବୌଦ୍ଧ ସହର ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଅଧିକ ଖବର ପଢନ୍ତୁ...

ସରୁନି କାମ; ମରଣଯନ୍ତା ପାଲଟିଛି ରାଜପଥ
ସରୁନି କାମ; ମରଣଯନ୍ତା ପାଲଟିଛି ରାଜପଥ

ବୌଦ୍ଧ: ସରିଲାଣି ରାସ୍ତା ନିର୍ମାଣର ଅବଧି । ତଥାପି ଆଗେଇ ପାରୁନି ନିର୍ମାଣ କାମ । ଏପଟେ କାର୍ଯ୍ୟ ଶୈଳୀ ଓ ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ବୌଦ୍ଧ ସହର ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏବେ ପ୍ରଶସ୍ତିକରଣ ନାଁରେ ଚାଲିଥିବା କାର୍ଯ୍ୟର ଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରୁନି କାମ; ମରଣଯନ୍ତା ପାଲଟିଛି ରାଜପଥ

ବୌଦ୍ଧ ସହରର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏନଏସି ଛକ ଠାରୁ ଜାମୁଛକ ପର୍ଯ୍ୟନ୍ତ ରାସ୍ତାକୁ ଚାରିଲେନ ବିଶିଷ୍ଟ କରିବାକୁ ଗତ ବର୍ଷ ଅପ୍ରେଲ ମାସରେ ଶିଳାନ୍ୟାସ ହୋଇଥିଲା । ଇତି ମଧ୍ୟରେ ରାସ୍ତା ନିର୍ମାଣର ଅବଧି ସରି ସାରିଲାଣି । ତଥାପି ମଧ୍ୟ ଆଗେଇ ପାରୁନି ରାସ୍ତା ନିର୍ମାଣ କାର୍ଯ୍ୟ ।

ଏପଟେ ରାସ୍ତା ନିର୍ମାଣ ଶୈଳୀ ମଧ୍ୟ ଏପରି ଭାବେ ହୋଇଛି ଯେ, କେଉଁଠି କିଭଳି ଭାବେ ଅଙ୍କାବଙ୍କା ହୋଇଛି ତ ଅନ୍ୟ କେଉଁଠି ରାସ୍ତାରୁ ନାଳ ଉଚ୍ଚରେ ରହିଛି । ସମଗ୍ର ରାସ୍ତା କଡରୁ ଗଛ ସବୁକୁ କାଟିଦେବା ଫଳରେ ପ୍ରକୃତିପ୍ରେମୀଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏପଟେ ରାସ୍ତା ନିର୍ମାଣ କାର୍ଯ୍ୟ ଏଭଳି ଚାଲିଛି ଯେ ଏହା କେବେ ସମ୍ପୂର୍ଣ୍ଣ ହେବ ତାର କୌଣସି ସୀମା ନାହିଁ ।

ଫଳରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏପଟେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଠିକାସଂସ୍ଥା ପକ୍ଷରୁ କୁହାଯାଇଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details