ଓଡିଶା

odisha

ETV Bharat / state

ନବ ନିର୍ମିତ ଜାତୀୟ ରାଜପଥରେ ଫାଟ, ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

ନବ ନିର୍ମିତ ଜାତୀୟ ରାଜପଥରେ ଫାଟ । ଯାହାକୁ ନେଇ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

road blocked by local peple  in boudha
ନବ ନିର୍ମିତ ଜାତୀୟ ରାଜପଥରେ ଫାଟ,ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

By

Published : Jul 9, 2021, 8:58 AM IST

ବୌଦ୍ଧ: ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗରେ ରାଜପଥ ଅବରୋଧ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମାଧପୁର ପର୍ଯ୍ୟନ୍ତ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । କେବଳ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ଏହି ରାସ୍ତା ଅଧପନ୍ତରିଆ ହୋଇ ପଡିରହିଛି ।

ନବ ନିର୍ମିତ ଜାତୀୟ ରାଜପଥରେ ଫାଟ,ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ନବ ନିର୍ମିତ ରାସ୍ତାରୁ ପିଚୁ ଉଠି ଗଲାଣି । କିଛି ସ୍ଥାନରେ କାର୍ଯ୍ୟ ଅସମ୍ପୂର୍ଣ୍ଣ ହେତୁ ପ୍ରାୟ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଜବରଦଖଲ ସମସ୍ୟା ଏକ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି । ସେପଟେ ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଦୁଗୁଦା ନାଳ ଉପରେ ନୂତନ ଭାବରେ ନିର୍ମିତ ସେତୁକୁ ସଂଯୋଗ କରୁଥିବା ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ଗୁରୁବାର ଗୁଦୁଗୁଦା ସେତୁ ନିକଟରେ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ତେବେ ଜିଲ୍ଲାର ଏହି ପ୍ରମୁଖ ରାସ୍ତା ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ କରାଯାଇ ସରକାରୀ ଅର୍ଥ ହରିଲୁଟ କରାଯାଇଥିବା ବୁଦ୍ଧିଜୀବୀ କହିଛନ୍ତି । ତୁରନ୍ତ ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details