ବୌଦ୍ଧ:ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ପଡିରହି ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଘଟୁଛି ସଡ଼କ ଦୁର୍ଘଟଣା । ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକାଲି(ରବିବାର) ପୁଣିଥରେ ଦୁଇଟି ଗାଡ଼ି ଧକ୍କା ହୋଇଥିଲା । ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଏହାର ସ୍ଥାୟୀ ସମାଧାନ ଦାବିରେ ସ୍ଥାନୀୟ ଅଧିବାସୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଏହା ମଧ୍ୟ ପଢନ୍ତୁ - ବାଇକକୁ ଧକ୍କା ଦେଲା କାର: ଜଣେ ମୃତ, 2 ଗରୁତର
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ଘଟୁଛି । ସହରର ମହାନଦୀ ସେତୁ ଛକଠାରୁ ରଇଠାଣୀ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥର ବାଇପାସ୍ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜୀର ରହିଛି । ସେହିପରି ଏଠାକାର ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହେବା ସହିତ ଉକ୍ତ ଅଞ୍ଚଳରେ ସନ୍ଧ୍ୟା ହେଲେ ଅନ୍ଧକାର ରାଜୁତି କରୁଛି । ତେବେ ଗତକାଲି(ରବିବାର) ସନ୍ଧ୍ୟା ସମୟରେ ଜଗଦୀଶପୁର ଛକ ନିକଟରେ ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବାପରେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।