ବୌଦ୍ଧ:ଗତ ସପ୍ତାହରେ ଜିଲ୍ଲାର ମୁର୍ଷୃଣ୍ଢି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନି ଜଣ ଅଳ୍ପ ବୟସର ଯୁବକ ଆହତ ହୋଇଥିଲେ । ତନ୍ମଧ୍ୟରୁ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧରୁ ବୁର୍ଲା ଡାକ୍ତରଖାନା ଓ ପରେ କଟକକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ତେବେ ରବିବାର ଉକ୍ତ ଯୁବକର ମୃତ୍ୟୁ ଖବର ମିଳିବା ପରେ ଉତ୍ୟକ୍ତ ଲୋକେ 57ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ଗୋଟିଏ ପଟରେ ଚାଲିଛି ସଡକ ସୁରକ୍ଷା ମାସ । ଆଉ ଅନ୍ୟ ପଟରେ ପ୍ରତ୍ୟେକ ଦିନ ଜିଲ୍ଲାରେ ଘଟି ଚାଲିଛି ସଡକ ଦୁର୍ଘଟଣା । ଗତ ସପ୍ତାହରେ ଘଟିଥିବା ସଡକ ଦୁର୍ଘଟଣାରେ 2 ଜଣ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣଙ୍କର ରବିବାର ମୃତ୍ୟୁ ଘଟିଛି । ଉକ୍ତ ଯୁବକଙ୍କର ମୃତ୍ୟୁ ଖବର ପାଇବା ପରେ ଉତ୍ତ୍ୟକ୍ତ ଲୋକେ ମୁର୍ଷୃଣ୍ଢି ଛକ ନିକଟରେ ପାଞ୍ଚ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ରାସ୍ତା ଅବରୋଧ ଜାରି ରଖିଛନ୍ତି ।