ଓଡିଶା

odisha

By

Published : Aug 25, 2022, 11:51 AM IST

ETV Bharat / state

ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ କନ୍ଧମାଳ ସାଂସଦ

ମହାନଦୀରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଉଭୟ ବୌଦ୍ଧ ଓ ହରଭଙ୍ଗା ବ୍ଲକର ଅନେକ ଅଞ୍ଚଳରେ ଜଳବନ୍ଦୀ ହୋଇଯାଇଥିଲା । ବୁଧବାର କନ୍ଧମାଳ ସାଂସଦ ବୌଦ୍ଧ ଜିଲ୍ଲାରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଅଧିକ ପଢନ୍ତୁ

ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ କନ୍ଧମାଳ ସାଂସଦ
ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ କନ୍ଧମାଳ ସାଂସଦ

ବୌଦ୍ଧ:ଟଳିଛି ବନ୍ୟା ଆଶଙ୍କା କିନ୍ତୁ ବଢିଛି ବନ୍ୟା ବିପନ୍ନଙ୍କ ଦୁଃଖ । ରାଜ୍ୟରେ ଲଘୁଚାପ ଜନିତ ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମହାନଦୀରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଉଭୟ ବୌଦ୍ଧ ଓ ହରଭଙ୍ଗା ବ୍ଲକର ଅନେକ ଅଞ୍ଚଳରେ ଜଳବନ୍ଧୀ ହୋଇଯାଇଥିଲା । ସ୍ଥିତି ସଙ୍ଗୀନ ହୋଇପଡିଥିଲା । ଉଭୟ ବ୍ଲକର ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତ ଏହି ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ, ବୌଦ୍ଧ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଶୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲା । କେବେଳ ମଣିଷ ନୁହେଁ ଗୃହପାଳିତ ପଶୁ ପାଇଁ ମଧ୍ୟ ପ୍ରଶାସନ ଖାଦ୍ୟ ଯୋଗାଇ ଥିଲା ।

ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ କନ୍ଧମାଳ ସାଂସଦ

ଏହାବି ପଢନ୍ତୁ:କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା,୯ ମୃତ

ବନ୍ୟା ଆସିବାରୁ ମହାନଦୀରେ କୂଳରେ ଏକାଧିକ ସ୍ଥାନରେ ଘାଇ ସୃଷ୍ଟି ହେବା ସହିତ ଅନେକ ରାସ୍ତା ଓ ମାଟିଘର କ୍ଷତିଗ୍ରସ୍ତ ହୋଇଛି । ବୁଧବାର କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ବୌଦ୍ଧ ଜିଲ୍ଲାର ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେଇ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସମୀକ୍ଷା କରିଛନ୍ତି । ଏହି ବୈଠକରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଏସପି, ଅତିରିକ୍ତ ଜିଲ୍ଲାପାଳ, ୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟ, ପିଡି, ଉପଜିଲ୍ଲାପାଳ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତ ଥିଲେ । ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା କିଭଳି ଯୋଗାଇ ଦିଆଯିବ ସେନେଇ ଗୁରୁତ୍ବ ପ୍ରଦାନ କରିଥିଲେ ସାଂସଦ ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି କଣ୍ଟାମାଳ ବିଧାୟକ ମହୀଧର ରଣା । ସେ କହିଛନ୍ତି ଯେ, ‘‘ଜିଲ୍ଲାରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ, ଜିରୋ କାଜୁଆଲିଟି ଉପରେ ମଧ୍ୟ ସେ ଗୁରୁତ୍ବ ଦେଇଛନ୍ତି । ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବନ୍ୟା ପାଇଁ ଲୋକେ ସଚେତନ ରହିବେ ।"

ବୌଦ୍ଧ, ଇଟିଭି ଭାରତ

ABOUT THE AUTHOR

...view details