ଓଡିଶା

odisha

ETV Bharat / state

ରାଜସ୍ବ ବିଭାଗରେ କର୍ମଚାରୀ ମରୁଡି

ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ୨୨ ଗୋଟି ରାଜସ୍ବ ସର୍କଲ ରହିଛି । ଜିଲ୍ଲାରେ ଆଉ ୧୪ଟି  ରାଜସ୍ବ ନୀରିକ୍ଷକ ମଣ୍ଡଳ ଖୋଲିବାର ଯଥେଷ୍ଟ ଆବଶ୍ୟକତା ରହିଛି । ଅନେକ ଦିନରୁ ପ୍ରସ୍ତାବ ଥିଲେ ମଧ୍ୟ ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ । ଫଳରେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି ।

By

Published : Jun 9, 2019, 8:53 PM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, ବୌଦ୍ଧ

ବୌଦ୍ଧ: ଜିଲ୍ଲାରେ ଖାଲି ପଡିଛି ରାଜସ୍ବ ବିଭାଗର ଅନେକ ପଦ । ଏହାଛଡା ଜିଲ୍ଲାରେ ଆଉ ୧୪ ଟି ରାଜସ୍ବ ନୀରିକ୍ଷକ ମଣ୍ଡଳ ଖୋଲାଯିବା ଅନେକ ଦିନରୁ ପ୍ରସ୍ତାବ ଥିଲେ ମଧ୍ୟ ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ । ଫଳରେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି ।

ଭିଡିଓ ସୌଜନ୍ୟ : ସମ୍ୱାଦଦାତା, ବୌଦ୍ଧ

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ୨୨ ଗୋଟି ରାଜସ୍ବ ସର୍କଲ ରହିଛି । ଜିଲ୍ଲାରେ ଆଉ ୧୪ ଟି ରାଜସ୍ବ ନୀରିକ୍ଷକ ମଣ୍ଡଳ ଖୋଲିବାର ଯଥେଷ୍ଟ ଆବଶ୍ୟକତା ରହିଛି । କେବଳ ହରଭଙ୍ଗା ତହସିଲ ବ୍ୟତୀତ ବୌଦ୍ଧ କିମ୍ବା କଣ୍ଟାମାଳ ତହସିଲରେ ଆଧୁନିକ ରେକର୍ଡ ରୁମ ବର୍ତ୍ତମାନ ସୁଦ୍ଧା ଖୋଲା ଯାଇନଥିବା ଅଭିଯୋଗ ରହିଛି ।

ଏହାଛଡା ରାଜସ୍ବ ବିଭାଗର ବିଭିନ୍ନ ପଦବୀ ଖାଲି ପଡିଥିବାରୁ ଲୋକଙ୍କୁ ଠିକ ଭାବେ ସରକାରୀ ଯୋଜନା ପହଞ୍ଚାଇ ହେଉନଥିବା ଜଣାପଡିଛି । ରବିବାର ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ ଏକ ଜରୁରୀ ବୈଠକରେ ଏଭଳି କିଛି ଉଦବେଗ୍‌ ପ୍ରକାଶ ପାଇଥିଲା ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ, ଅତିରିକ୍ତ ତହସିଲଦାର ତ୍ରିଦେବ ରଥ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ରାଜସ୍ବ ନିରୀକ୍ଷକ(ଆରଆଇ) ସହ ଆଲୋଚନା କରିଥିଲେ । ଇତ୍ୟାବସରରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ତିନି ଜଣ ଆରଆଇଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ବୈଠକରେ ଖୁବଶୀଘ୍ର ସସସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଏଡିଏମ ସୂଚନା ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details