ବୌଦ୍ଧ:ଶେଷ ସମୟରେ ମୃତଦେହକୁ ମିଳିଲାନି ଆତ୍ମୀୟଙ୍କ ଚାରି କାନ୍ଧ । ବୃଦ୍ଧାଙ୍କ ମୃତ୍ୟୁର ଦୀର୍ଘ ସମୟ ପରେ ମଧ୍ୟ କୌଣସି ଆତ୍ମୀୟ ସ୍ବଜନ ନ ଆସିବାରୁ ମୃତଦେହକୁ ଚାରି କାନ୍ଧ ମିଳି ପାରିଲା ନାହିଁ । ବୌଦ୍ଧ ପୌର ପରିଷଦର ଛ ନମ୍ବର ଓ୍ବାର୍ଡର ବାବୁସାହିରେ ଦୀର୍ଘ ବର୍ଷ ଧରି ରହୁ ଥିବା ସାନ ତରିଆଙ୍କ ଗୁରୁବାର ମୃତ୍ୟୁ ହୋଇଯାଇଥିଲା । ନିକଟରେ ଥିବା ଝିଅ ଜ୍ବାଇଁ ସମସ୍ତ ନିକଟ ସମ୍ପର୍କିୟଙ୍କୁ ଖବର ଦେଇଥିଲେ ମଧ୍ୟ କେହି ଆସିଲେ ନାହିଁ । ବୃଦ୍ଧାଙ୍କ ବଡ ଝିଅ ବାହାରେ ଥିବାରୁ ଲକଡାଉନ ଯୋଗୁଁ ପହଞ୍ଚି ପାରିଲେ ନାହିଁ । ଏପରି ସ୍ଥଳେ ମୃତଦେହଟି ଦୀର୍ଘ ସମୟ ଧରି ପଡି ରହିଲା ।
ଶେଷ ସମୟରେ ମୃତଦେହକୁ ମିଳିଲାନି ଆତ୍ମୀୟଙ୍କ ଚାରି କାନ୍ଧ - ବୌଦ୍ଧ ଖବର
ଶେଷ ସମୟରେ ମୃତଦେହକୁ ମିଳିଲାନି ଆତ୍ମୀୟଙ୍କ ଚାରି କାନ୍ଧ । ସ୍ବେଚ୍ଛାସେବୀଙ୍କ ସହ ଜ୍ବାଇଁ କଲେ ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ....
ଶେଷ ସମୟରେ ମୃତଦେହକୁ ମିଳିଲାନି ଆତ୍ମୀୟଙ୍କ ଚାରି କାନ୍ଧ
ଜ୍ବାଇଁ ପଡୋଶୀଙ୍କୁ ମୃତଦେହକୁ ଶ୍ମଶାନକୁ ନେବା ପାଇଁ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଶେଷରେ, ସ୍ବେଚ୍ଛାସେବୀଙ୍କ ସହାୟତାରେ ବୃଦ୍ଧାଙ୍କ ଅନ୍ତିମ ସତ୍କାର କରାଗଲା । ତେବେ ଏହି ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଏହା ବୌଦ୍ଧ ପୌର ଅଧିକାରୀଙ୍କ ବାସଭବନ ସମ୍ମୁଖର ଘଟଣା । ଏବେ ଏଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ