ବୌଦ୍ଧ: ଜିଲ୍ଲାର 2ଟି ତହସିଲରେ ନାହିଁ ରେକର୍ଡ ରୁମ । ବୌଦ୍ଧ ଜିଲ୍ଲାରେ ରହିଛି ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ କାର୍ଯ୍ୟାଳୟ । ସେଥିମଧ୍ୟରୁ କେବଳ ହରଭଙ୍ଗା ତହସିଲକୁ ଛାଡିଦେଲେ ବୌଦ୍ଧ ଓ କଣ୍ଟାମାଳ ତହସିଲର ମଡର୍ଣ୍ଣ ରେକର୍ଡ ରୁମ ନାହିଁ । ଏଥିଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରେକର୍ଡ ରୁମ ଅଭାବରୁ ବୌଦ୍ଧ ଓ କଣ୍ଟାମାଳ ତହସିଲ କାର୍ଯ୍ୟାଳୟର ବାରଣ୍ଡାରେ ଗଦା ଗଦା ହୋଇ ପଡିରହିଛି ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ । ହିତାଧିକାରୀ ରେକର୍ଡର ନକଲ ମାଗିଲେ ମଧ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତୁରନ୍ତ ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବୌଦ୍ଧ ବାସିନ୍ଦା ।