ଓଡିଶା

odisha

ETV Bharat / state

ମରଣଯନ୍ତ୍ରା ପାଲଟିଛି ରାସ୍ତା, ନାମକୁ ମାତ୍ର ମରାମତି କରି ଦୋଷ ଖସାଉଛି ପ୍ରଶାସନ

ମରଣଯନ୍ତ୍ରା ପାଲଟିଛି ରାସ୍ତା। ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା । ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ଠାରୁ ବାଉଁଶୁଣୀ ଦେଇ ଆମ୍ବଝରୀ ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିବା 22 କିଲୋମିଟର ରାସ୍ତାର ଅବସ୍ଥା ଏବେ ଶୋଚନୀୟ । ଖାଲି ମରାମତି କରି ନିଜ ମୁଣ୍ଡରୁ ଦାୟିତ୍ବ ଖସାଉଛି ପ୍ରଶାସନ ।

By

Published : Aug 9, 2019, 1:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ମରଣଯନ୍ତ୍ରା ପାଲଟିଛି ରାସ୍ତା। ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା । ରାସ୍ତାରୋକ କଲେ ବି ମିଳୁନି ସୁଫଳ । ଖାଲି ମରାମତି କରି ନିଜ ମୁଣ୍ଡରୁ ଦାୟିତ୍ବ ଖସାଉଛି ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ଠାରୁ ବାଉଁଶୁଣୀ ଦେଇ ଆମ୍ବଝରୀ ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିବା 22 କିଲୋମିଟର ରାସ୍ତାର ଏବେ ଅବସ୍ଥା ଶୋଚନୀୟ । ବାଉଁଶୁଣୀ, ଗୋଛାପଡା, ଗୁନ୍ଦଳିଆ ଓ ଆମ୍ବଝରୀ ପଞ୍ଚାୟତର ଲାଇଫଲାଇନ କୁହାଯାଉଥିବା ଏହି ରାସ୍ତାରେ ଦୈନିକ ଶହଶହ ଗାଡି ମଟର ଯାତାୟତ କରୁଛf । ତେବେ ରାସ୍ତାରେ ଅନେକ ଖାଲଖମା ଭରି ରହିଥିବାବେଳେ ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ପ୍ରଶାସନ । ହେଲେ ଯଥା ପୂର୍ବଂ ତଥା ପରଂ ଭଳି ରାସ୍ତାର ଅବସ୍ଥା ଦେଖିବାକୁ ମିଳୁଛି । ଏପଟେ ପ୍ରତ୍ୟେକ ବର୍ଷ ମତାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇ ଠିକାଦାରଙ୍କୁ ପୋଷା ଚାଲିଥିବାର ଅଭିଯୋଗ ହୋଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details