ଓଡିଶା

odisha

ETV Bharat / state

ନବନିଯୁକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସରିଲା ରଥଯାତ୍ରା ସୁରକ୍ଷା ବୈଠକ - review

ପାଖେଇ ଆସୁଛି ରଥଯାତ୍ରା । ସେନେଇ ଚଳଚଞ୍ଚଳ ରଥଖଳା ଓ ପ୍ରଶାସନ । ଆଜି ବୌଦ୍ଧ ଜିଲ୍ଲାପାଳ ଭାବେ ଲଲାଟେନ୍ଦୁ ମିଶ୍ର କାର୍ଯ୍ୟରେ ଯୋଗ ଦେଇ ରଥଯାତ୍ରା ସମ୍ପର୍କିତ ଶେଷ ବୈଠକ ସମ୍ପନ୍ନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jun 24, 2019, 10:34 PM IST


ବୌଦ୍ଧ: ଗଡଜାତର ପ୍ରସିଦ୍ଧ ଗଣପର୍ବ ରଥଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଯାତ୍ରାରେ ଠାକୁରଙ୍କ ରୀତିନୀତି ସୁଚାରୁରୂପେ ସମ୍ପନ୍ନ ଓ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ସମାପନ ହେବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିସାରିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ସୋମବାର ବୌଦ୍ଧର ନୂତନ ଜିଲ୍ଲାପାଳ ଭାବେ ଲଲାଟେନ୍ଦୁ ମିଶ୍ର ଯୋଗ ଦେବାପରେ ସର୍ବପ୍ରଥମେ ବଡ ଠାକୁର ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ବୌଦ୍ଧରେ କିଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବୌଦ୍ଧର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ଘୋଷଯାତ୍ରାର ରୂପରେଖ ପ୍ରଶାସନ ଚୂଡାନ୍ତ କରିଥିଲା ।

ବିଶେଷ ଭାବେ ଠାକୁରଙ୍କ ପହଣ୍ଡି, ରଥଟଣା, ଶୃଙ୍ଖଳିତ ଦର୍ଶନ, ଭଜନ, ମୀନାବଜାର, ସ୍ବଛତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ନୂତନ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ବୈଠକରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details